ଭୁବନେଶ୍ବର: ଫକୀରମୋହନ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାକୁ ନେଇ ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉକୁ ନେଇ ରାଜଧାନୀର କେତେକ ରାସ୍ତାକୁ ସିଲ୍ କରିଦିଆଯାଇଛି। ସୂଚନା ଅନୁଯାୟୀ, ରାଜଭବନ ଛକରୁ ଏଜି ଛକ ଯାଏ ରାସ୍ତାକୁ ସିଲ୍ କରାଯାଇଛି। ତେଣେ ଏଜି ଛକରୁ ବିଧାନସଭା ଯାଏ ରାସ୍ତା ବି ସିଲ୍ ହୋଇଛି। ଖାଲି ସେତିକି ନୁହେଁ, ଲୋକସେବା ଭବନ ପଛ ପଟ ରାସ୍ତାକୁ ସିଲ୍ କରିଦିଆଯାଇଛି। ଏହାଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଫକୀରମୋହନ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାକୁ ନେଇ ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉକୁ ନେଇ ରାଜଧାନୀର କେତେକ ରାସ୍ତାକୁ ସିଲ୍ କରିଦିଆଯାଇଛି। ସୂଚନା ଅନୁଯାୟୀ ରାଜଭବନ ଛକରୁ ଏଜି ଛକ ଯାଏ ରାସ୍ତାକୁ ସିଲ୍ କରାଯାଇଛି। ତେଣେ ଏଜି ଛକରୁ ବିଧାନସଭା ଯାଏ ରାସ୍ତା ବି ସିଲ୍ ହୋଇଛି। ଖାଲି ସେତିକି ନୁହେଁ, ଲୋକସେବା ଭବନ ପଛ ପଟ ରାସ୍ତାକୁ ସିଲ୍ କରିଦିଆଯାଇଛି। ଏହାଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏଣେ ରଣକ୍ଷେତ୍ର ପାଲଟିଛି ଲୋୟର୍ ପିଏମ୍ଜି। ବିଜେଡି କର୍ମୀମାନେ ବ୍ୟାରିକେଡ୍ ଭାଙ୍ଗିବା ପରେ ପୁଲିସ ପକ୍ଷରୁ ବିଜେଡି କର୍ମୀମାନଙ୍କ ଉପରେ ପାଣି ଓ ଲୁହବୁହା ଗ୍ୟାସ୍ ମାଡ଼ କରାଯାଇଛି। ଏଣେ ଶତାଧିକ ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି କମିସନରେଟ୍ ପୁଲିସ। ତେଣେ କେତେକ ବିଜେଡି କର୍ମୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି। କେତେକ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ରଖିଛି।