ନୂଆଦିଲ୍ଲୀ: ମୁଣ୍ଡକୁ ଆସିଲା ଚିନ୍ତା ଆଉ ହୋଇଗଲେ ଚୋର | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଚୋରଙ୍କ ବାବଦରେ କହିବୁ, ଯିଏ କି ପରିବାର ପ୍ରତିପୋଷଣ ଚାପରେ ଚୋର ପାଲଟିଯାଇଛନ୍ତି | କର୍ଣ୍ଣାଟକର ବେଙ୍ଗାଲୁରୁରେ ଚୋରିର ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। ଜଣେ ୩୬ ବର୍ଷୀୟ ବ୍ୟକ୍ତି ତାଙ୍କ ତିନି ସ୍ତ୍ରୀ ଏବଂ ନଅ ପିଲାଙ୍କ ଯତ୍ନ ନେବା ପାଇଁ ଚୋର ପାଲଟିଗଲେ। ଏହି ଘଟଣାରେ ପୁଲିସ ବହୁତ ଖୋଜାଖୋଜି କରିବା ପରେ ଅଭିଯୁକ୍ତ ବାବାଜାନକୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୧୮୮ ଗ୍ରାମ ସୁନା ଅଳଙ୍କାର, ୫୫୦ ଗ୍ରାମ ରୂପା ଅଳଙ୍କାର ଏବଂ ୧୫୦୦ ଟଙ୍କା ନଗଦ ଜବତ କରାଯାଇଛି। ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ୍ ସିଟି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି।
ଅଧିକାରୀ କହିଛନ୍ତି ଯେ ଏହି ଗିରଫଦାରୀ ସହିତ ଆମେ ଚୋରିର ଆଠଟି ମାମଲା ସମାଧାନ କରିଛୁ। ସେ କହିଛନ୍ତି ଯେ ତିନି ତିନିଟି ପରିବାର ପ୍ରତିପୋଷଣ କରିବା ତାଙ୍କ ପାଇଁ କଷ୍ଟକର ଥିଲା, ତେଣୁ ସେ ଚୋରି କରିବା ଆରମ୍ଭ କଲେ ଏବଂ ଚୋର ହୋଇଗଲେ।
ବାବାଜାନ କହିଛନ୍ତି ଯେ ତାଙ୍କ ସ୍ତ୍ରୀମାନେ ବେଙ୍ଗାଲୁରୁର ଉପକଣ୍ଠରେ ଅନେକାଲ ନିକଟ ଶିକାରିପାଲି, ଚିକ୍କାବଲ୍ଲପୁରା ଏବଂ ଶ୍ରୀରଙ୍ଗପାଟନାରେ ରୁହନ୍ତି। ପୁଲିସ ଅଧିକାରୀ କହିଛନ୍ତି ଯେ ସେ ସମସ୍ତ ତିନି ସ୍ତ୍ରୀ ଏବଂ ନଅ ପିଲାଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ସେ ସମସ୍ତଙ୍କ ଯତ୍ନ ନେଉଛନ୍ତି। ସମସ୍ତଙ୍କ କଥା ବୁଝିବାବେଳକୁ ତାଙ୍କୁ ପ୍ରଚୁର ଟଙ୍କା ଆବଶ୍ୟକତା ହୋଇଥିଲା | ଏହାପରେ ସେ ଜଣେ ବୃତ୍ତିଗତ ଚୋର ପାଲଟିଯାଇଥିଲେ। ପୁଲିସ ଏବେ ମାମଲାର ଅଧିକ ତଦନ୍ତ କରୁଛି।