ରାଞ୍ଚି: ଝାଡ଼ଖଣ୍ଡର ଦକ୍ଷିଣ ସିଂହଭୂମ ଜିଲ୍ଲାର ଦୁଇଟି ହସ୍ପିଟାଲ୍ରେ ମଙ୍ଗଳବାରଠାରୁ କୋଭିଡ୍-୧୯ ଆକ୍ରାନ୍ତକୁ ଔଷଧ ଓ ଖାଦ୍ୟ ପରଷିବ ରୋବର୍ଟ। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ନହୁଅନ୍ତୁ ବୋଲି ହସ୍ପିଟାଲ୍ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।
ଏହି ରିମୋର୍ଟ କଣ୍ଟ୍ରୋଲ୍ ରୋବର୍ଟଟିକୁ ଡେପୁଟି ଡେଭ୍ଲପ୍ମେଣ୍ଟ କମିସନର୍(ଡିଡିସି) ଆଦିତ୍ୟ ରଞ୍ଜନ ବାହାର କରିଛନ୍ତି। ଏହି ରିମୋର୍ଟ କଣ୍ଟ୍ରୋଲ୍ କୋବଟ-ରୋବଟିକ୍ସ ବିନା ମଣିଷର ସଂପୃକ୍ତିରେ କୋଭିଡ୍ ଆକ୍ରାନ୍ତଙ୍କୁ ଖାଦ୍ୟ ଓ ଔଷଧ ପ୍ରଦାନ କରିବ।
ଏହା ହାଇଟେକ୍-ଆଇସୋଲେସନ୍ ୱାର୍ଡ ଏଏନ୍ଏମ୍ ସ୍କିଲ୍ ସେଣ୍ଟର୍, ଚାଇଁବସା ସଦର ହସ୍ପିଟାଲ୍, କୋଭିଡ-୧୯ ରେଲ୍ୱେ ହସ୍ପିଟାଲ୍ ଓ ଚକ୍ରଧରପୁରଠାରେ ଉନ୍ମୋଚିତ ହେବ।
ୱାର୍ଡର ପ୍ରତ୍ୟେକ ଖଟିଆକୁ ଏକ ଘର ଢଙ୍ଗରେ ଡିଜାଇନ୍ କରାଯାଇଛି। ସେଠାରେ ଆକ୍ରାନ୍ତମାନଙ୍କୁ ଔଷଧ ଓ ଖାଦ୍ୟ ପରଷା ଯିବ। କୋବଟ-ରୋବଟିକ୍ସ ଦ୍ବାରା ଏହି ଖାଦ୍ୟ ଓ ଔଷଧ ପରଷା ଯିବ ବୋଲି ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଦେଶର ବିଭିନ୍ନ ହସ୍ପିଟାଲ୍ରେ କରୋନା ଦ୍ବାରା ଆକ୍ରାନ୍ତ ହେଉଥିବା ରୋଗୀମାନଙ୍କୁ ଚିକିତ୍ସା କରି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିବା ଉଦାହରଣ ରହିଛି।