ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏହି ଟେଷ୍ଟରେ ଟସ୍ ଜିତିବା ଏବଂ ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ଟିମ୍ ଇଣ୍ଡିଆ ମାତ୍ର ୪୬ ରନ୍ ସ୍କୋର କରିପାରିଥିଲା । ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହା ପରେ ଖାତା ନ ଖୋଲି ବିରାଟ କୋହଲି ଆଉଟ୍ ହୋଇଥିଲେ।। ତାଙ୍କୁ ୱିଲିୟମ୍ ଓ’ରୁରକେ ପାଭିଲିୟନ ଫେରାଇ ଦେଇଥିଲେ। ସରଫରାଜ ଖାନ୍,କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ ଖାତା ନ ଖୋଲି ପାଭିଲିୟନ ଫେରିଥିଲେ।

Advertisment

 ୬ ଜଣ ବ୍ୟାଟ୍ସମ୍ୟାନ ରନ୍ ସ୍କୋର୍ କରିଥିବାବେଳେ ସେମାନଙ୍ ମଧ୍ୟରୁ କେବଳ ଯଶସ୍ୱୀ ଜୟସ୍ୱାଲ ଏବଂ ଋଷଭ ପନ୍ତ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଉଭୟ ଯଥାକ୍ରମେ ୧୩ ଏବଂ ୨୦ ରନ୍ କରିଥିଲେ। ଅନ୍ୟ ୪ ବ୍ୟାଟ୍ସମ୍ୟାନ ଗୋଟିଏ ଅଙ୍କରେ ରହି ଯାଇଥିଲେ। ସେମାନଙ୍କ ମଧ୍ୟରେ ରୋହିତ ଶର୍ମା ୨, କୁଳଦୀପ ଯାଦବ ୨, ଯଶପ୍ରୀତ ବୁମରା ୧ ଏବଂ ମହମ୍ମଦ ସିରାଜ ଅପରାଜିତ ୪ ରନ୍ କରିଥିଲେ। ତେବେ ଭାରତର ଏଭଳି ଲଜ୍ୟାଜନକ ସ୍କୋର ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ଭୁଲକୁ ସ୍ୱୀକାର କରିଛନ୍ତି। ବେଙ୍ଗାଲୁରୁ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ରୋହିତ ଶର୍ମା ନିଜେ ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ।

ଏହି ସମୟରେ ସେ ନିଜ ଭୁଲକୁ ସ୍ୱୀକାର କରି କହିଥିଲେ ଯେ ସେ ପିଚ୍ ପଢିବାରେ ଭୁଲ୍ କରିଛନ୍ତି। ରୋହିତ ଶର୍ମା କହିଛନ୍ତି, "ଆମେ ଭାବିଥିଲୁ ଯେ ପ୍ରଥମ ସେସନ ପରେ ଏହି ପିଚ୍ ଦ୍ରୁତ ବୋଲରମାନଙ୍କୁ ଅଧିକ ସାହାଯ୍ୟ କରିବ ନାହିଁ କାରଣ ସେଠାରେ ଅଧିକ ଘାସ ନଥିଲା।ଏହା ଏକ ଭୁଲ ନିଷ୍ପତ୍ତି ଥିଲା ଏବଂ ମୁଁ ପିଚ୍ ଭଲ ଭାବେ ବୁଝିପାରିନଥିଲି |