ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ଘୋଷଣା କରିଥିଲେ । ଶୁଭମନ ଗିଲଙ୍କୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଉପ-ଅଧିନାୟକ କରାଯାଇଛି। ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇନଥିବା ବେଳେ ଆହତ ଜସପ୍ରୀତ୍ ବୁମରାଙ୍କୁ ଦଳରେ ସ୍ଥାନ ମିଳିଛି। ଯଶସ୍ୱୀ ଜୟସୱାଲ ପ୍ରଥମ ଥର ପାଇଁ ଦିନିକିଆ ଦଳର ଅଂଶ ହୋଇଛନ୍ତି। ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ୧୪ ମାସ ପରେ ଦିନିକିଆ ଦଳକୁ ଫେରିଛନ୍ତି। ସ୍ପିନର କୁଲଦୀପ ଯାଦବ ମଧ୍ୟ ସୁସ୍ଥ ହେବା ପରେ ଦଳକୁ ଫେରିଛନ୍ତି।
ତେବେ ସିରାଜଙ୍କୁ କାହିଁକି ସାମିଲ କରାଗଲା ନାହିଁ, ତାହାକୁ ନେଇ କ୍ରିକେଟପ୍ରେମୀଙ୍କ ମନରେ ପ୍ରଶ୍ନ ଉଠିଛି | ଏନେଇ ରୋହିତ ଶର୍ମା କହିଥିଲେ ଯେ ଆମ ପାଖରେ କୌଣସି ବିକଳ୍ପ ନଥିଲା। ଆମେ ଏହି ବିଶେଷ ଭୂମିକା ପାଇଁ ଉପଯୁକ୍ତ ବିକଳ୍ପ ଖୋଜୁଥିଲୁ। ଆମ ପାଖରେ ଏପରି ବୋଲର ଅଛନ୍ତି ଯେଉଁମାନେ ନୂତନ ବଲ୍ ସହିତ ବୋଲିଂ କରିବା ବ୍ୟତୀତ ମଧ୍ୟ ଓଭର ଏବଂ ଡେଥ୍ ଓଭରରେ ବୋଲିଂ କରିବାକୁ ମଧ୍ୟ ସକ୍ଷମ। ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ୱାସ କରନ୍ତି ଯେ ମହମ୍ମଦ ସିରାଜ ନୂତନ ବଲ୍ ସହିତ ଠିକ୍ ଅଛନ୍ତି କିନ୍ତୁ ପୁରୁଣା ବଲ୍ ସହିତ ସଂଘର୍ଷ କରୁଛନ୍ତି। ତେଣୁ, ଏହି ଦ୍ରୁତ ବୋଲରଙ୍କୁ ଚାମ୍ପିଅନ୍ସ ଟ୍ରଫି ଦଳରୁ ବାଦ ଦେବାକୁ ପଡିଛି। ପୂର୍ବରୁ ମହମ୍ମଦ ସିରାଜଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଦେଖିବାକୁ ମିଳିଥିଲା।
ଏଥର ଟିମରେ ଅଛନ୍ତି, ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ଉଇକେଟକିପର), ଋଷଭ ପନ୍ତ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟସୱାଲ, ରବିନ୍ଦ୍ର ଜାଦେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରାହ, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର।