ରାଉରକେଲା: ସହରରେ ସାନିଟାଇଜର ଏବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ମେଡିକାଲ ଡାକ୍ତର ଓ କର୍ମଚାରୀ ପାଇଁ ସ୍ୱପ୍ନ ହୋଇଛି l ପ୍ରତ୍ୟକ ଦିନ ସାନିଟାଇଜରଟି ପାଇଁ ଔଷଧ ଦୋକାନ ଚକ୍କର କାଟିଛୁନ୍ତି l କିନ୍ତୁ ମିଳୁନି l ଯେଉଁଠି ଅଛି ସେଠି ଚଢା ଦରରେ ବିକ୍ରି ହେଉଛି l ଏଭଳି ସ୍ଥିତିରେ ରାଉରକେଲା ଏନଆଇଟି କେମେଷ୍ଟ୍ରି ବିଭାଗ ପ୍ରସ୍ତୁତ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାନଦଣ୍ଡର ସାନିଟାଇଜର ।
କେମେଷ୍ଟ୍ରି ବିଭାଗ ତରଫରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାନଦଣ୍ଡର ସାନିଟାଇଜର ପ୍ରସ୍ତୁତ କରାଯାଇ ହାଇଟେକ କୋଭିଡ-୧୯ ହସ୍ପିଟାଲ, ରୋଟାରୀ କ୍ଲବ ଷ୍ଟିଲ ସିଟି ସହିତ ବିଭିନ୍ନ ସଂସ୍ଥାକୁ ପ୍ରଦାନ କରା ଯାଇଛି। ମହାମାରୀ କରୋନା ମୁକାବିଲା କରିବାରେ ଏହା ବେଶ ସହାୟକ ହେବ ବିଭାଗ ପକ୍ଷରୁ କୁହାଯାଇଛି l ଏଠାରେ ୧୦୦ ଲିଟର ସାନିଟାଇଜର ତିଆରି କରିବାର କ୍ଷମତା ରହିଛି। ସାନିଟାଇଜରର ବିଶେଷତ୍ୱ ହେଉଛି ତିଆରି କରିବା ସମୟରେ ଗୋଲାପ ଜଳ ପ୍ରୟୋଗ କରାଯାଇଛି l ଯାହା ସବୁଠାରୁ ସୁରକ୍ଷିତ ଅଟେ ।
ବଜାରରେ ଭଲ ସାନିଟାଇଜରର ଅଭାବ ଥିବାବେଳେ ଏନଆଇଟିର ଏହି ସାନିଟାଇଜର କୋରୋନା ପାଇଁ ସଂଘର୍ଷ କରୁଥିବା ଡାକ୍ତର, ନର୍ସ , ମେଡିକାଲ କର୍ମଚାରୀଙ୍କ ସାଧାରଣ ଲୋକଙ୍କ ପାଇଁ ସହାୟକ ହେବ। ହାଇଟେକ କଲେଜ ତରଫରୁ ସଲିଲ ପଟ୍ଟନାୟକ, ରୋଟାରୀ କ୍ଲବ ଷ୍ଟିଲ ତରଫରୁ ଅଞ୍ଜନା ମୈତ୍ର ସିଂହା ଏବଂ ଅନ୍ୟମାନେ ଉପସ୍ଥିତ ରହି ଏହାକୁ ଏନଆଇଟି ନିର୍ଦ୍ଦେଶକଙ୍କ ନିକଟରୁ ଗ୍ରହଣ କରିଥିଲେ।