ରାଉରକେଲା: ୨୦୧୪ ନଭେମ୍ବର ୪ ତାରିଖରେ ରାଉରକେଲା ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଥିଲା। ଏହାର ଦୁଇବର୍ଷ ପରେ, ଅର୍ଥାତ୍‌ ୨୦୧୬ ସେପ୍ଟେମ୍ବର ୨୦ରେ ରାଜ୍ୟର ଦ୍ବିତୀୟ ସହର ଭାବେ ରାଉରକେଲା ସ୍ମାର୍ଟସିଟି ମାନ୍ୟତା ପାଇଥିଲା। ଇତିମଧ୍ୟରେ ୯ବର୍ଷ ବିତିଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ସ୍ମାର୍ଟସିଟି ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ‌ଶେଷ ହୋଇପାରିନି। ଗୋଟିଏପଟେ ଅନେକ ପ୍ରକଳ୍ପ ଅଧାଅଧୁରା ହୋଇ ରହିଥିବାବେଳେ ଅପରପଟରେ ଏକାଧିକ ପ୍ରକଳ୍ପ ଭାଙ୍ଗିରୁଜି ଦଦରା ହେଲାଣି।
Advertisment
ସ୍ମାର୍ଟସିଟି ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ରାଉରକେଲା‌ରେ ମୋଟ୍‌ ୬୪ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିପାଇଁ ମୋଟ୍‌ ୧୫୧୨.୮୬ କୋଟି ଅର୍ଥ ମଞ୍ଜୁର ହୋଇଥିଲା। ୨୦୨୩ ଜୁଲାଇ ସୁଦ୍ଧା ୧୧୫୫.୨୪ କୋଟି ବିନିଯୋଗରେ ୫୯ଟି ପ୍ରକଳ୍ପର ନିର୍ମ‌ାଣ ସମ୍ପନ୍ନ ହାଇଥିବାବେଳେ ୩୫୭.୬୨ କୋଟି ବ୍ୟୟଅଟକଳର ୫ଟି ପ୍ରକଳ୍ପ ଅସଂପୂର୍ଣ୍ଣ ରହିଥିଲା। ଛେଣ୍ଡ୍‌ରେ ନିର୍ମାଣାଧୀନ ସାଇନ୍ସପାର୍କ ପ୍ରାୟ ଶେଷ ପର୍ଯ୍ୟାୟରେ। ତେବେ ଅବଶିଷ୍ଟ ୪ଟି ପ୍ରକଳ୍ପର ଅବଧି ଶେଷ ହୋଇସାରିଲାଣି, କିନ୍ତୁ ନିର୍ମାଣ ସରିବାର ନାଁ ନେଉନି। ଏହି ଅସଂପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ରାଉରକେଲା-୧ ପ୍ରକଳ୍ପ ଅନ୍ତର୍ଗତ, ଟ୍ରାଇବାଲ୍‌ ମ୍ୟୁଜିୟମ୍‌, ଟ୍ରାଫିକ୍‌ କଣ୍ଟ୍ରୋଲ ଆଣ୍ଡ୍‌ କମାଣ୍ଡ୍‌ ସେଣ୍ଟର୍‌, ସିଟି ଅଡିଟୋରିୟମ ଓ କନଭେନ୍‌ସନ ସେଣ୍ଟର୍‌ ଆଦି ଅନ୍ୟତମ। ଏହାସହ କୋଏଲନଗରରେ ଚାଲିଥିବା ରିକ୍ରିଏସନାଲ ପାର୍କର ନିର୍ମାଣକାର୍ଯ୍ୟ ବେଗ ଧରିପାରୁନି। 
     
ବର୍ତ୍ତମାନ ଆଉ ୩ଟି ପ୍ରକଳ୍ପ ପାଇଁ ସ୍ମାର୍ଟସିଟି ଲିମିଟେଡ୍‌ ପ୍ରକ୍ରିୟା ଆରମ୍ଭ କରିଛି। ସେଗୁଡ଼ିକ ହେଲା, ଟିସ୍କୋ ସାଇଟ୍‌ର ପୁନରୁଦ୍ଧାର, ନୂତନ ବସ୍‌ ଟର୍ମିନାଲ ଓ ବନ୍ୟାଜଳ ନିଷ୍କାସନ ପାଇଁ ଡ୍ରେନ୍‌ ନିର୍ମାଣ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚିରାଚରିତ ଅବହେଳା ଯୋଗୁ ପ୍ରକଳ୍ପଗୁଡ଼ିକ ବେଗ ଧରିପାରୁନି। ଗୋଟିଏ ପଟେ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିରହିଥିବାବେଳେ ଅପରପଟରେ ନବନିର୍ମିତ ପ୍ରକଳ୍ପ ଭୁଶୁଡ଼ିବା ଆରମ୍ଭ ହେଲାଣି। ସାମାନ୍ୟ ପବନରେ ୪୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହକିର ପ୍ରତୀକ ‘ହକି ଷ୍ଟାଚ୍ୟୁ’ ଉପୁଡ଼ିପଡ଼ିଥିବାବେଳେ ପାଚେରି ବି ଭାଙ୍ଗିଗଲାଣି। ପାଖାପାଖି ୧୨ କୋଟି ବ୍ୟୟ ଅଟକଳରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲଗାଯାଇଥିବା ଚାରାର ରକ୍ଷଣାବେକ୍ଷଣର ଅଭାବ ଯୋଗୁ ବୁଲା ଗାଈଗୋରୁ ଖାଇସାରିଥିବାବେଳେ ଫୁଟ୍‌ପାଥ୍‌ରେ ଲାଗିଥିବା ପେଭର୍‌ ବ୍ଲକ ଭାଙ୍ଗି ଦବିଗଲାଣି। ଏମିତିକି ସହରର ବିଭିନ୍ନ କାନ୍ଥବାଡ଼ରେ ଅଙ୍କାଯାଇଥିବା ଚିତ୍ର ସବୁ ଉଭାନ ହୋଇସାରିଲାଣି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ରାଉରକେଲା ସ୍ମାର୍ଟସିଟି ବିଶ୍ବସ୍ତରୀୟ ପୁରସ୍କାର ଲାଭ କରିଥିଲା। ଏବେ କିନ୍ତୁ ଏହାର ଠିକ୍‌ ଓଲଟା ପରିଲକ୍ଷିତ ହୁଏ। ପ୍ରକଳ୍ପର ଅଗ୍ରଗତିକୁ ନେଇ ଜାରି ରୢାଙ୍କିଂ ତାଲିକାକୁ ଦେଖିଲେ ଅସଲ ଚିତ୍ର ସ୍ପଷ୍ଟ ଜଣାପଡ଼େ। ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍‌ର ନୈରାଶ୍ୟଜନକ ପ୍ରକଳ୍ପ ଅଗ୍ରଗତି ପାଇଁ ୨୦୨୩ ମସିହାରେ ଭୂ-ସ୍ଥାନିକ ପରିଚାଳନା ସୂଚନା ପ୍ରଣାଳୀ(ଜିଏମ୍‌ଆଇଏସ୍‌) ତଥ୍ୟ ଅନୁଯାୟୀ, ରାଉରକେଲା ସ୍ମାର୍ଟସିଟି ୪୭ତମ ସ୍ଥାନରେ ରହିଥିଲା।
rourkela