୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସଂକ୍ରମଣ ସ୍ଥିତି ନେଇ ସମୀକ୍ଷା କଲେ ମୋଦୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଂକ୍ରମଣ ସ୍ଥିତି ନେଇ ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କରିଛନ୍ତି ।

ଏହି ଅବସରରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ସଂକ୍ରମଣ ବଢୁଥିବା ଅଂଚଳରେ କଡା କଟକଣା ଲାଗୁ କରିବାକୁ ପଡିବ । ଏହାଛଡା ମହାମାରୀ ଭୁତାଣରୁ ନୂଆ ନୂଆ ପ୍ରଜାତି ଉପରେ ନଜର ରଖିବାକୁ ପଡ଼ିବ ।

ବିଶେଷଜ୍ଞମାନେ କରୋନାର ନୂଆ ଭାରିଆଣ୍ଟ ଉପରେ ଅନୁଧ୍ୟାନ କରୁଥିବାରୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ରୂପ ବଦଳାଉଥିବା ମହାମାରୀର ଉପଚାର ଓ ଏହାକୁ ରୋକିବା ବେଶ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏଥିସହ କଟକଣା କୋହଳ ପରେ ଶୈଳନିବାସ ଓ ପର୍ଯ୍ୟଟନସ୍ଥଳୀରେ ବଢୁଥିବା ଭିଡକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ପାହାଡିଆ ରାଜ୍ୟ, ବଜାରରେ ଯେଉଁଭଳି ଭାବେ ଲୋକମାନେ ବିନା ମାସ୍କ ପିନ୍ଧି, ସାମାଜିକ ଦୂରତା ନରଖି ଭିଡ ଜମାଉଛନ୍ତି ଏହା ଏକ ଚିନ୍ତାର ବିଷୟ ବୋଲି ମୋଦୀ କହିଛନ୍ତି ।

ଭିଡିଓ କନଫେରେନ୍ସିଂରେ ଆୟୋଜିତ ଏହି ବୈଠକରେ ଆସାମ, ନାଗାଲାଣ୍ଡ, ତ୍ରିପୁରା, ମଣିପୁର, ସିକିମ, ମେଘାଳୟ, ଅରୁଣାଚଳପ୍ରଦେଶ ଓ ମିଜୋରାମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର କୋଭିଡସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କୁ ରିର୍ପୋଟ ଦେଇଛନ୍ତି ।

ସମ୍ବନ୍ଧିତ ଖବର