ବନ୍ଧମୁଣ୍ଡା: ଏକ ସଡ଼କ ଦୁର୍ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡାର ମୂଳ ନିବାସୀ ଆର୍ପିଏଫ୍ ହେଡ୍ କନେଷ୍ଟବଳ ଟି. ସୋରେଙ୍ଗ (୩୫)ଙ୍କ ମୃତ୍ୟୁ ହୋଇଛି। ଶ୍ରୀ ସୋରେଙ୍ଗ ଡ୍ୟୁଟି ପାଇଁ ବାଇକ୍ ଯୋଗେ ଝାରସୁଗୁଡ଼ାରୁ କେଚୁବାହାଲକୁ ଯାଉଥିବା ସମୟରେ ଏକ ଦ୍ରୁତଗାମୀ ଟ୍ରେଲର ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଛିଟିକିପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାରକରି ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡାର ମୂଳ ନିବାସୀ ଆର୍ପିଏଫ୍ ହେଡ୍ କନେଷ୍ଟବଳ ଟି. ସୋରେଙ୍ଗ (୩୫) ଡ୍ୟୁଟି ପାଇଁ ବାଇକ୍ ଯୋଗେ ଝାରସୁଗୁଡ଼ାରୁ କେଚୁବାହାଲକୁ ଯାଉଥିବା ସମୟରେ ଏକ ଦ୍ରୁତଗାମୀ ଟ୍ରେଲର ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଛିଟିକିପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାରକରି ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାକୁ ନେଇ ଆର୍ପିଏଫ୍ରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ବ୍ୟବଚ୍ଛେଦ ପରେ ମୃତଦେହକୁ ବନ୍ଧମୁଣ୍ଡା ବି-ସେକ୍ଟର ଚୁଡ଼ିବସ୍ତିସ୍ଥ ତାଙ୍କ ଘରକୁ ଅଣାଯାଇଥିଲା। ତାଙ୍କର ସ୍ତ୍ରୀ, ଦୁଇ ଝିଅପୁଅ ଅଛନ୍ତି।
ଏହି ଦୁର୍ଘଟଣାକୁ ନେଇ ଆର୍ପିଏଫ୍ରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ବ୍ୟବଚ୍ଛେଦ ପରେ ମୃତଦେହକୁ ବନ୍ଧମୁଣ୍ଡା ବି-ସେକ୍ଟର ଚୁଡ଼ିବସ୍ତିସ୍ଥ ତାଙ୍କ ଘରକୁ ଅଣାଯାଇଥିଲା। ତାଙ୍କର ସ୍ତ୍ରୀ, ଦୁଇ ଝିଅପୁଅ ଅଛନ୍ତି। ରେଳବାଇ ପ୍ରଶାସନ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ଓ ଉପଯୁକ୍ତ କ୍ଷତିପୂରଣ ଯୋଗାଇବ ବୋଲି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)