ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ବୋତଲ ପାଣି ସାହାଯ୍ୟରେ ରୁଷର ବୋମାକୁ ଡିଫ୍ୟୁଜ୍ କରୁଥିବା ଦେଖିବାକୁ ମିଳୁଛି। ୧୩ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ NEXTA ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି ।
ଭିଡିଓ ସେୟାର କରି କ୍ୟାପସନରେ ଲେଖାଯାଇଛି, ବୋମାକୁ ନିଷ୍କାସନ କରିବାର ପ୍ରକ୍ରିୟା ।
ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ କିପରି ଏକ ବୋମାକୁ ସାବଧାନତା ସହ ପାଣି ସାହାଯ୍ୟରେ ଡିଫ୍ୟୁଜ କରାଯାଉଛି । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଭିଡିଓକୁ ଦେଖିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ୟୁକ୍ରେନିୟନ ଏକ୍ସପ୍ଲୋସିଭ ସ୍ପେସ୍ଲିଷ୍ଟ ଦ୍ୱାରା ପୋଷ୍ଟ କରାଯାଇଛି ।
Bomb defusing process pic.twitter.com/AZeMaesE6K
— NEXTA (@nexta_tv) March 9, 2022
ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ବୋମାକୁ ନିଷ୍କ୍ରିୟ କରିବାବେଳେ କେତେ ଯତ୍ନବାନ ହେବାକୁ ପଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Untitled-1-copy-30.jpg)