ଭୁବନେଶ୍ୱର: ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଂଗତ ନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି ବିଜେଡି । ମେ’ ୧୯ ତାରିଖରେ ପାଟକୁରାରେ ହେବ ନିର୍ବାଚନ । ତେବେ ନିର୍ବାଚନର ତାରିଖ ଘୋଷଣା ହେବା ପରେ ସରଗରମ ହୋଇଥିଲା ପାଟକୁରା ରାଜନୀତି ।
/sambad/media/post_attachments/wp-content/uploads/2019/04/Patkura1.jpg)
ଦିବଂଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଆଜି ସମସ୍ତ ଚର୍ଚ୍ଚା ଓ ଆଲୋଚନାର ଅନ୍ତ ଘଟାଇ ସାବିତ୍ରୀ ଅଗ୍ରୱାଲଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ଏହି ଆସନରୁ ପୂର୍ବରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ଆଉ ସେପଟେ କଂଗ୍ରେସ ଟିକେଟରୁ ମଇଦାନରେ ଅଛନ୍ତି ଜୟନ୍ତ ମହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Naveen-Patnaik-moneytroll-1.jpg)