ହାଇଦ୍ରାବାଦରେ ଦୁଃଖଦ ଘଟଣା : ଦୁଇ ପୁଅଙ୍କ ରୋଗ ଯନ୍ତ୍ରଣା ସହି ନପାରି ମା’-ବାପା, ଦୁଇ ସନ୍ତାନଙ୍କ ସହ ମିଶି କଲେ ଆତ୍ମହତ୍ୟା

ହାଇଦ୍ରାବାଦ: ହାଇଦ୍ରାବାଦରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ସହରର କୁଶାଇଗୁଡ଼ା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକମାନେ ହେଲେ ସତୀଶ, ତାଙ୍କ ପତ୍ନୀ ବେଦା ଓ ଦୁଇ ସନ୍ତାନ ନିଶିକେତ ଓ ନିହାଲ । ପୁଲିସ ସମସ୍ତଙ୍କ ମୃତଦେହକୁ ଅଟକ ରଖି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ମାମଲା ରୁଜୁ କରାଯାଇନାହିଁ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଉଭୟ ଶିଶୁ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ବହୁ ଚିକିତ୍ସା ପରେ ମଧ୍ୟ ସେମାନେ ସୁସ୍ଥ ହେଉନଥିଲେ ।  ବଡ଼ ପୁଅ ନିଶିକେତ ମାନସିକ ବିକାରଗ୍ରସ୍ତ ଥିବା ବେଳେ ସାନ ପୁଅ ନିହାଲ କାନ ସମସ୍ୟାରେ ପୀଡ଼ିତ ଥିଲା । ବାପା ମା’ ନିଜର ଦୁଇ ପିଲାଙ୍କ ଯନ୍ତ୍ରଣା ସହି ପାରୁନଥିଲେ । ଏହାକୁ ନେଇ ଉଭୟ ଗଭୀର ମାନସିକ ଚାପରେ ଥିବା ଓ ଅବସାଦଗ୍ରସ୍ତ ରହୁଥିଲେ । ଶେଷରେ ପୂରା ପରିବାର ମୃତ୍ୟୁକୁ ଗ୍ରହଣ କରିନେଇଥିଲେ । ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିଥିଲେ ।

କୁଶେଇଗୁଡା ଥାନା ଅଧିକାରୀ ପି ଭେଙ୍କଟେଶ୍ୱରଲୁ କହିଛନ୍ତି, କାଣ୍ଡିଗୁଡା ଅଞ୍ଚଳରେ ଜଣେ ବାପା, ମା’ ଓ ଦୁଇ ପିଲା ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର