କୌଣସି ଦିବ୍ୟ ଗୁରୁ, ଗୁରୁ ପଦବାଚ୍ୟ ହେବl ପାଇଁ ଶରୀର ଧାରଣ କରିବାର ଆବଶ୍ୟକତା ନ ଥାଏ l ଆଜି ମଧ୍ୟ କୋଟି କୋଟି ଭକ୍ତ ମାନଙ୍କ ପାଇଁ  ଆଧ୍ୟାତ୍ମିକ ପୁସ୍ତକ "ଯୋଗୀର ଆତ୍ମ ଚରିତ"ର ରଚୟିତା  ଶ୍ରୀ ଶ୍ରୀ ପରମହଂସ ଯୋଗାନନ୍ଦ ଏବଂ  "The Holy Science" ର ରଚୟିତା ଶ୍ରୀ ଶ୍ରୀ ଯୁକ୍ତେଶ୍ୱର ଗିରିଙ୍କ ପାଇଁ ଉପୋରକ୍ତ ଉକ୍ତିଟି ପ୍ରଯୁଜ୍ୟ l ମାର୍ଚ୍ଚ ମାସରେ ଘଟିଥିବା ଏହି ମହାସମାଧି ହେଉଛି ଏପରି ଏକ ଅଲୌକିକ ଘଟଣା ଯେତେବେଳେ ଏହି ଈଶ୍ୱର ଉପଲବ୍ଧ  ଦୁଇ ମହାନ ଗୁରୁ  ଜାଗ୍ରତ ଅବସ୍ଥାରେ ମରଶରୀରକୁ ତ୍ୟାଗ କରିଥିଲେ | ଶ୍ରୀ ଶ୍ରୀ ଯୁକ୍ତେଶ୍ୱର ଗିରି  ମାର୍ଚ୍ଚ ୯ , ୧୯୩୬ ରେ  ଏବଂ ସାରା ବିଶ୍ବ ରେ  ଲବ୍ଧପ୍ରତିଷ୍ଠିତ ତାଙ୍କ ଶିଷ୍ୟ ଶ୍ରୀ ଶ୍ରୀ  ପରମହଂସ ଯୋଗାନନ୍ଦ  ମାର୍ଚ୍ଚ ୭ , ୧୯୫୨ରେ ମହାସମାଧି ପ୍ରାପ୍ତ କରିଥିଲେ  | କ୍ରିୟାଯୋଗ ଶିକ୍ଷା ପରମ୍ପରାର ଏହି ଦୁଇ  ମହାନ ଗୁରୁ ଏକ ଦୀର୍ଘ କ୍ରିୟା ପ୍ରକ୍ରିୟା କରି ପରିଧାନ କରିଥିବା ପୋଷାକକୁ ବାହାର କରିଦେଲା  ଭଳି  ତାଙ୍କର ଶରୀରକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ତାଙ୍କର ଭକ୍ତ ମାନଙ୍କର ମୋକ୍ଷ ପ୍ରାପ୍ତି ନିମନ୍ତେ ପଥ ପ୍ରଦର୍ଶକ ସାଜିଥିଲେ |

Advertisment

‘କ୍ରିୟାଯୋଗ’  ଯାହା ‘ଯୋଗୀର ଆତ୍ମଚରିତ’ ପୁସ୍ତକରେ ବର୍ଣିତ ହୋଇଛି ତାହା ଏପରି ଏକ ଯୋଗlଭ୍ୟାଷ  ଯାହା ଦ୍ୱାରା , ପ୍ରତ୍ୟେକ ନିଶ୍ୱାସରେ  ରକ୍ତରୁ  ଅଙ୍ଗାରକାମ୍ଳ  ନିଷ୍କାସିତ ହୋଇଥାଏ l ଫଳତଃ ଏହା ଶରୀରର ଅବକ୍ଷୟକୁ ହ୍ରାସ କରିଥାଏ ଏବଂ ଏଥିରେ ଥିବା  ଅତିରିକ୍ତ ଅମ୍ଳଜାନର ପରମାଣୁଗୁଡ଼ିକ ଜୀବକୋଷର  ସମ୍ପୂର୍ଣ ଶକ୍ତିକୁ  ରୂପାନ୍ତରିତ  କରିଦେଇଥାଏ  | ତିରିଶ ସେକେଣ୍ଡ ଲାଗୁଥିବା ଗୋଟିଏ କ୍ରିୟା ପ୍ରାକୃତିକ ଭାବରେ ଘଟୁଥିବା ଏକ ବର୍ଷର ବିକାଶ ଜନିତ କ୍ରମିକ ପରିବର୍ତ୍ତନ ସହିତ ସମାନ | 
ଏହା ଏକ ପ୍ରାଚୀନ ବିଜ୍ଞାନ, ଯାହା  ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରଦାନ କରିଥିଲେ ଏବଂ ପରେ ପରେ ଏହା ପତଞ୍ଜଳୀ ଓ ଅନ୍ୟାନ୍ୟ ଭକ୍ତ ମାନଙ୍କୁ ଜଣା ପଡିଥିଲା  | ଚଳିତ ଯୁଗରେ ମହାବତାର ବାବାଜୀ ଏହାକୁ ଲାହିଡୀ  ମହାଶୟଙ୍କୁ  ଦେଇଥିଲେ, ଯିଏ ତାହା  ଶ୍ରୀ ପରମହଂସ ଯୋଗାନନ୍ଦଙ୍କର ଗୁରୁ ଶ୍ରୀଯୁକ୍ତେଶ୍ୱର ଗିରିଙ୍କୁ ପ୍ରଦାନ କରିଥିଲେ l 
୧୯୧୦ ମସିହାରେ ଯୋଗାନନ୍ଦଜୀ (ବାଲ୍ୟ ନାମ  ‘ମୁକୁନ୍ଦ’) ଙ୍କୁ, ଯେତେବେଳେ  ୧୭ ବର୍ଷ  ହୋଇଥିଲା,  ସେ ତାଙ୍କର ଗୁରୁ ଶ୍ରୀଯୁକ୍ତେଶ୍ୱର ଗିରିଙ୍କୁ ସାକ୍ଷାତ କରିଥିଲେ l  ପ୍ରଶିକ୍ଷଣ ସମୟରେ ଗୁରୁଙ୍କର  ଉତ୍ତେଜିତ କରିବା ଭଳି ବ୍ୟବହାରରେ ଯେତେବେଳେ ଅଧିକାଂଶ  ଛାତ୍ର ଆଶ୍ରମ ଛାଡ଼ି ପଳାୟନ କରୁଥିଲେ ସେତେବେଳେ ଗୁରୁଙ୍କର ଆଦେଶକୁ ମୁକୁନ୍ଦ ହୃଦୟର ସହିତ ଗ୍ରହଣ କରୁଥିଲେ l  ସେହି ବାଳକ,  ଗୁରୁଙ୍କର ପ୍ରଶିକ୍ଷଣ ଶେଷ କଲାପରେ  ନିଜକୁ ଜଣେ ‘ଗୁରୁ’ ହିସାବରେ ପ୍ରତିପାଦିତ କରିପାରିଥିଲେ l କାରଣ ବହୁ ପୂର୍ବରୁ, ମହାବତାର ବାବାଜୀ ଶ୍ରୀ ଯୁକ୍ତେଶ୍ୱରଜୀଙ୍କୁ ଭବିଷ୍ୟବାଣୀ ଶୁଣାଇଥିଲେ ଯେ ‘ଯୋଗାନନ୍ଦ’ ହେଉଛନ୍ତି  ଜଣେ ଗୁରୁ ଯାହାଙ୍କୁ ପାଶ୍ଚାତ୍ୟ  ଜଗତରେ କ୍ରିୟାଯୋଗର ପ୍ରଚାର ଓ ପ୍ରସାର ପାଇଁ ମନୋନୀତ କରାଯାଇଛି l

ଯୋଗାନନ୍ଦଜୀ ଯଦିଓ ପ୍ରଥମେ ପ୍ରାଚ୍ୟ ରେ  ଗୋଟିଏ ଅନୁଷ୍ଠାନ ଆରମ୍ଭ କରିବାକୁ କୁଣ୍ଠିତ ଥିଲେ,କିନ୍ତୁ  ପରବର୍ତ୍ତୀ ସମୟରେ ସେ ତାଙ୍କ ଗୁରୁଙ୍କ ଆଦେଶକୁ ମାନି ନେଇ ୧୯୧୭ ମସିହାରେ  ଯୋଗଦା ସତସଙ୍ଗ ସୋସାଇଟି ଅଫ ଇଣ୍ଡିଆ  (YSS) ସ୍ଥାପନା କରିଥିଲେ ଏବଂ ପୂର୍ବରୁ  କରାଯାଇଥିବା  ଭବିଷ୍ୟବାଣୀକୁ  ସାକାର ରୂପ ଦେବା ପାଇଁ ୧୯୨୦ ରେ, ତାଙ୍କୁ ଆମେରିକା ଯିବା ପାଇଁ  ଆହ୍ୱାନ ଆସିଥିଲା l  ଆମେରିକା ବାସୀଙ୍କ ପାଇଁ କ୍ରିୟାଯୋଗ ଯେପରି  ଅଜଣା ଥିଲା, ସେହିପରି  ତାଙ୍କ ପାଇଁ  ସେ ଦେଶର ଭାଷା ମଧ୍ୟ ତଦନୁରୁପକ ଥିଲା l   କିନ୍ତୁ, ଭାଷା  ଏହି ଈଶ୍ୱର ଉପଲବ୍ଧ ଗୁରୁଙ୍କର  ଚଲା ପଥରେ ବାଧକ ସୃଷ୍ଟି କରି ପାରି ନ ଥିଲା l  ସେ ତାଙ୍କର  ପ୍ରଥମ ଇଂରାଜୀ ଭାଷଣ  ତାଙ୍କୁ ଆମେରିକା ନେଇଯାଉଥିବା  ଜାହାଜରେ ଦେଇଥିଲେ  ଏବଂ ପରେ ପରେ ଆମେରିକାର ପ୍ରତ୍ୟେକ ସହରର ଲୋକାରଣ୍ୟ ହେଉଥିବା ହଲ୍ ଗୁଡିକରେ ଦେଇଥିଲେ l କ୍ରମଶଃ ଏହା ତାଙ୍କୁ ୧୯୨୦ ମସିହାରେ ସେଲ୍ଫ  ରିୟଲାଇଜେସନ  ଫେଲୋସିପ  (SRF ) ପ୍ରତିଷ୍ଠା  କରିବାରେ ସହାୟକ ହୋଇଥିଲା, ଯେଉଁଥିପାଇଁ ଈଶ୍ୱର ତାଙ୍କୁ ମନୋନୀତ କରିଥିଲେ  | 

ଏହି ଅତୁଳନୀୟ ମହାନ ଗୁରୁ ତାଙ୍କର ମହାସମାଧି ଘଟିତ ହେବା ପର୍ଯ୍ୟନ୍ତ ସନ୍ୟାସୀ ଏବଂ ଗୃହସ୍ଥ  ମାନଙ୍କୁ କ୍ରିୟାଯୋଗ ଶିକ୍ଷା ପ୍ରଦାନ କରିଥିଲେ |   ମୃତ୍ୟୁର ୨୦ ଦିନ ପରେ ମଧ୍ୟ ତାଙ୍କ ଶବ ଶରୀରରେ କୌଣସି ପ୍ରକାର କ୍ଷୟ ହେବାର ସଙ୍କେତ ନ ଥିଲା | ଶବ ଗୃହର ନିର୍ଦେଶକ ମିଷ୍ଟ୍ର ହ୍ୟାରି ଟି. ରାଉଏ ଙ୍କର ରେକର୍ଡ ଅନୁସାରେ ଯୋଗାନନ୍ଦଙ୍କ ଶବ ଶରୀର "ଏକ ଅପୂର୍ବ  ଅପରିବର୍ତ୍ତନୀୟ  ଅବସ୍ଥା" ରେ ହିଁ ରହିଥିଲା। ଏହି ମହାନ ଗୁରୁ ମାନବ ସମାଜକୁ ଦର୍ଶାଇ ଦେବାକୁ ଚାହୁଁଥିଲେ ଯେ  ଯୋଗ ଏବଂ ଧ୍ୟାନ ବଳରେ ପ୍ରକୃତିର ଶକ୍ତି  ଓ ସମୟକୁ  ସମ୍ମୁଖୀନ  କରିବା ସମ୍ଭଵପର  ହୋଇପାରେ  | ଯୋଗାନନ୍ଦଜୀ,ତାଙ୍କ ପ୍ରତିଜ୍ଞାନୁସାରେ ମହାସମାଧିର ୭୩ ବର୍ଷ ପୂର୍ତ୍ତି ହେଲେ ମଧ୍ୟ ସେଲ୍ଫ  ରିୟଲାଇଯେସନ  ମାଧ୍ୟମରେ ଘରୋଇ ପାଠମାଳା / ଶିକ୍ଷାବଳୀ ସହାୟତାରେ  କ୍ରିୟାଯୋଗ ଶିକ୍ଷା ଜାରି ରଖିଛନ୍ତି l  ତାଙ୍କ ଉକ୍ତିରେ, “ମୁଁ  ଏହି ଶରୀରରେ ଥିବା ପର୍ଯ୍ୟନ୍ତ ହେଉ କିମ୍ବା ଏହାପରେ ହେଉ, ଯେଉଁମାନେ  ପ୍ରକୃତ ପକ୍ଷେ ଆଧ୍ୟାତ୍ମିକ ପ୍ରେରଣା ଲାଭ ପାଇଁ ସେଲ୍ଫ  ରିୟଲାଇଯେସନ ଫେଲୋସିପ କିମ୍ବା ଯୋଗଦl ସତସଙ୍ଗ ସୋସାଇଟି ଅଫ ଇଣ୍ଡିଆରେ ଯୋଗଦାନ କରିଛନ୍ତି ସେମାନେ ଈଶ୍ବରଙ୍କଠାରୁ ଆଶା କରୁଥିବା ଆଧ୍ୟାତ୍ମିକ ସାହାଯ୍ୟ ଅବଶ୍ୟ ପ୍ରାପ୍ତ  କରିବେ l “
ଅଧିକ ସୂଚନା ପାଇଁ: yssofindia.org
ଲେଖକ: ନେହା ପ୍ରକାଶ