ଭୋପାଳ: ଭାରତୀୟ ଜନତା ପାର୍ଟି(ବିଜେପି)ର ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଶୁକ୍ରବାର ଏକ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ସେ ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କାରକରେଙ୍କୁ ଅପମାନିତ କରି ତାଙ୍କ ବିପକ୍ଷରେ ନିଜର ମତ ରଖିଛନ୍ତି। ସାଧ୍ୱୀ ପ୍ରଜ୍ଞା କହିଛନ୍ତି କି ସେ ଦେଇଥିବା ଅଭିଶାପ କାରଣରୁ ହେମନ୍ତଙ୍କ ମୃତ୍ୟୁ ଘଟିଛି।
ମୁମ୍ବାଇ ପ୍ରାଣ ହରାଇଥିବା ପୂର୍ବତନ ଆଣ୍ଟି ଟେରୋରିଷ୍ଟ ସ୍କ୍ଵାଡ(ଏଟିଏସ୍) ମୁଖ୍ୟ ହେମନ୍ତ ଜଣେ ଦେଶଦ୍ରୋହୀ ଥିଲେ ବୋଲି ସ୍ୱାଧୀ ପ୍ରଜ୍ଞା ଅଭିଯୋଗ ଆଣି କହିଛନ୍ତି।
साध्वी प्रज्ञा नें हेमंत करकरे को दिया था श्राप, होगा तेरा सर्वनाश.... this kind of statement may create some problem for BJP. pic.twitter.com/nQdRE2gV9z
— Vikas Tripathi (@vikasjournolko) 19 April 2019
ପୂର୍ବରୁ ବି ଅନେକ ଥର ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସାଧ୍ୱୀ ପ୍ରଜ୍ଞା ଚର୍ଚ୍ଚାରେ ରହି ସାରିଛନ୍ତି। ଏଥର ସେ କହିଛନ୍ତି କି ‘ମୁଁ ପୂର୍ବତନ ଆଣ୍ଟି ଟେରୋରିଷ୍ଟ ସ୍କ୍ଵାଡ(ଏଟିଏସ୍) ମୁଖ୍ୟ ହେମନ୍ତ କାରକେରେଙ୍କୁ କହିଥିଲି କି ତୋ’ର ସର୍ବନାଶ ହେବ ବୋଲି। ମୁଁ ତାକୁ ଭେଟିବା ବେଳେ ସେ ଆଭାସ ମୋତେ ମିଳି ସାରିଥିଲା। ମୁଁ ତାକୁ ଏପରି କହିବାର ଠିକ୍ ଦେଢ଼ ମାସ ଭିତରେ ଆତଙ୍କବାଦୀ ଗୁଳିରେ ତା’ ଜୀବନ ଗଲା।’