ନୂଆଦିଲ୍ଳୀ: ବିଜେପିର ଲୋକସଭା ପ୍ରାର୍ଥୀ ଭାବେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ନାମ ଘୋଷଣା ହେବା ପରଠାରୁ ସେ ଅନେକ ଥର ଚର୍ଚ୍ଚାରେ ରହି ସାରିଛନ୍ତି। ଅନେକ ସମୟରେ ସାଧ୍ୱୀ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଫସି ଯାଉଥିବା ଦେଖିବାକୁ ମିଳୁଛି।
ନିକଟରେ ସାଧ୍ୱୀ କହିଛନ୍ତି କି ଗୋମୁତ୍ର ହେତୁ ତାଙ୍କର ସ୍ତନ କର୍କଟ ଭଲ ହୋଇ ଯାଇଛି। ସାଧ୍ୱୀ ଏକ ସାକ୍ଷାତ୍କାରରେ ଏପରି କହିବା ପରେ ତାଙ୍କୁ ଟ୍ଵିଟ୍ରରେ ଟ୍ରୋଲ୍ କରିବାରେ ଲାଗିଛନ୍ତି ବ୍ୟବହାରକାରୀ।
ସେ ଯଦି ଗୋମୁତ୍ର ପିଇ ରୋଗ ଭଲ କରିପାରୁଛନ୍ତି ତେବେ ଦେହ ଖରାପର ବାହାନା ଦେଖାଇ ଜାମିନ୍ରେ ଆସିବାର ଆବଶ୍ୟକତା ନଥିଲା ବୋଲି କେହି କେହି କହିଥିବା ବେଳେ ସେ ସୁସ୍ଥ ହୋଇଗଲେଣି ଯେହେତୁ ପୁଣି ଥରେ ଜେଲ୍କୁ ଫେରିଯାଆନ୍ତୁ ବୋଲି କେହି ଟ୍ଵିଟ୍ କରିଥିବା ଦେଖିବାକୁ ମିଳିଛି।
ଗୋମୁତ୍ରରେ ଯଦି କର୍କଟ ଭଲ ହୋଇପାରୁଛି ତେବେ ସାଧ୍ୱୀ ତାଙ୍କ ଦଳର ପୂର୍ବ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ କାହିଁକି ସେହି ଉପାୟ ବତାଇଲେ ନାହିଁ ବୋଲି କେହି କେହି କହୁଥିବାର ଦେଖିବାକୁ ମିଳିଛି।
୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କାରକାରେଙ୍କ ମୃତ୍ୟୁ ତାଙ୍କ ଅଭିଶାପ ଯୋଗୁ ହୋଇଥିଲା ବୋଲି କହି ପ୍ରଥମ ଥର ବିବାଦରେ ଫସିଥିଲେ ସାଧ୍ୱୀ। ବାବ୍ରୀ ମସ୍ଜିଦ୍ ଭାଙ୍ଗିବାରେ ସେ ଜଡ଼ିତ ବୋଲି କହି ଦ୍ୱିତୀୟ ଥର ବିବାଦରେ ଫସିଥିଲେ ସାଧ୍ୱୀ ଓ ତାଙ୍କର ଏହି ଗୋମୂତ୍ର ମନ୍ତବ୍ୟ ତାଙ୍କୁ ତୃତୀୟ ଥର ପାଇଁ ବିବାଦର ସାମ୍ନା କରାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/sadhvi_pragya_says_gau_mutra_cured_her_breast_cancer_twitter_aks_why_is_she_still_out_on_bail_1555996629_725x725.jpg)