ଲାହୋର: ବିଶ୍ବକପ୍ ଓ ଅନ୍ୟ ବଡ଼ ପ୍ରତିଯୋଗିତାରେ ପରାଜୟ ପରେ ପାକିସ୍ତାନୀ ଖେଳାଳି ଓ ତାଙ୍କ ପରିବାରବର୍ଗଙ୍କୁ ଧମକ ଓ ଆକ୍ରମଣ କରାଯିବା ଘଟଣା ନୂଆ ନୁହେଁ। ବିଶେଷକରି ଭାରତଠାରୁ ହାରିଲେ ପାକିସ୍ତାନୀ ପ୍ରଶଂସକମାନେ ଅଧିକ ଖପ୍ପା ହୁଅନ୍ତି। କିନ୍ତୁ ଏଥର ଇଂଲଣ୍ଡଠାରୁ ହାରିବା ପରେ ପାକିସ୍ତାନୀ ପ୍ରଶଂସକମାନେ ଖପ୍ପା ହୋଇ ଅଧିନାୟକ ସଲମାନ ଆଗାଙ୍କ ପତ୍ନୀ ଓ ଶିଶୁପୁତ୍ରକୁ ଧମକ ଓ ଦୁର୍ବ୍ୟବହାର କରିବା ଆରମ୍ଭ କରିଛନ୍ତି।
ଏ ନେଇ ସଲମାନଙ୍କ ପତ୍ନୀ ସବା ମଂଜର୍ ଅଭିଯୋଗ କରିଛନ୍ତି ଯେ ମଙ୍ଗ​ଳବାର ଇଂଲଣ୍ଡଠାରୁ ହାରିବା ପରେ ତାଙ୍କ ନିକଟକୁ ବିଭିନ୍ନ ଧମକପୂର୍ଣ୍ଣ ଓ ଆପତ୍ତିଜନକ ବାର୍ତ୍ତା ଆସୁଛି। ଏ ନେଇ ସେ ସୋସିଆଲ୍ ମିଡିଆରେ ଜବାବ ରଖିଛନ୍ତି। ଇନଷ୍ଟାଗ୍ରାମ୍ରେ ସେ ଲେଖିଛନ୍ତି ଯେ ତାଙ୍କୁ ଓ ତାଙ୍କ ନିରୀହ ପୁତ୍ରକୁ ଦୁର୍ବ୍ୟବହାର କଲେ ପାକିସ୍ତାନ ବିଶ୍ବକପ୍ ଜିତିଯିବ ନାହିଁ।
ମଙ୍ଗଳବାରର ସୁପର-୮ ମ୍ୟାଚ୍ରେ ହ୍ୟାରି ବ୍ରୁକ୍ଙ୍କ ଶତକୀୟ ଇନିଂସ ବଳରେ ଇଂଲଣ୍ଡ ପାକିସ୍ତାନକୁ ୨ ଓ୍ବିକେଟ୍ରେ ପରାସ୍ତ କରିଥିଲା। ଏହା ପରେ ପାକିସ୍ତାନର ସେମିଫାଇନାଲ ରାସ୍ତା କଷ୍ଟକର ହୋଇପଡ଼ିଛି। ଏହି ପରାଜୟ ପାଇଁ ପାକିସ୍ତାନର ପୂର୍ବତନ ଖେଳାଳିମାନେ ସଲମାନଙ୍କ ଦୁର୍ବଳ ନେତୃତ୍ବକୁ ଦାୟୀ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/25/g-2026-02-25-16-37-01.jpeg)