ନୂଆଦିଲ୍ଲୀ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଏହି ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ ପାଉଥିବା ବିଷୟରେ ସାର୍ବଜନୀନ କରିଥିଲେ। ନିର୍ବନ୍ଧ ପରେ ପ୍ରଶଂସକମାନେ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଥିବା ବେଳେ ଏବେ ଚୈତନ୍ୟଙ୍କ ପ୍ରଥମ ସ୍ତ୍ରୀ ତଥା ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଇନଷ୍ଟା ଷ୍ଟୋରି ଭାଇରାଲ ହେବାରେ ଲାଗିଛି |
/sambad/media/post_attachments/df1dd29276f8d0023543ae999a8bb794d9232b9eb8b39f3ae836d468602b0a19.jpeg?impolicy=website&width=0&height=0)
ଷ୍ଟୋରି ଅଭିନେତ୍ରୀ ଲେଖିଛନ୍ତି ଯେ, 'ଅନେକ ଲୋକ ବନ୍ଧୁତା ଏବଂ ସମ୍ପର୍କକୁ ସମ୍ଭାଳିବା ପାଇଁ ୨ପକ୍ଷର ଉଦ୍ୟମ ଲାଗେ ବୋଲି ଭାବନ୍ତି ଏବଂ ମୁଁ ମଧ୍ୟ ଏଥିରେ ସହମତ | ଯଦି ତୁମେ ଭଲପାଇବା ଦେବ ତେବେ ମୁଁ ବି ଦେବି | ହେଲେ ସମୟ ବିତିବା ସହ ମୁଁ ଗୋଟେ ଜିନିଷ ଶିଖିଛି ଯେ, ବେଳେବେଳେ ପ୍ରେମ ଆପଣଙ୍କୁ ଭଲପାଇବା ଦେବାକୁ ବାଧ୍ୟ କରିଥାଏ ଯେତେବେଳେ ଅନ୍ୟ ଜଣକ ଏହାର ପ୍ରତିବଦଳରେ କିଛି ଦେବା ସ୍ଥିତିରେ ନଥାଏ | ପ୍ରେମ ହେଉଛି ତ୍ୟାଗ | ମୁଁ ସେମାନଙ୍କର ନିକଟରେ କ୍ରୁତଜ୍ଞ, ଯେଉଁମାନେ ମୋ ପାଖରେ ଦେବାକୁ କିଛି ନଥିବା ବେଳେ ବି ମୋତେ ଭଲ ପାଇଥିଲେ |"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/av0x2YjvuIzVwz0HRe8d.jpg)