କୋଇଡା: ଶିଶୁ କାନ୍ଧରେ ମଦ ବ୍ୟାଗର ବୋଝ ଘଟଣା ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ଆଜି ତିନି ଗୋଟି ବିଭାଗୀୟ ବରିଷ୍ଠ ଅଧିକାରୀ କମିଟି କୋଇଡା ପହଞ୍ଚିଛନ୍ତି l ଭାଇରାଲ୍ ଶିଶୁଙ୍କ ସମେତ ବାପା ମାଆ ଓ ମଦ ଦୋକାନୀ ସମେତ ଅନ୍ୟ ସମ୍ପୃକ୍ତି ବ୍ୟକ୍ତିଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛନ୍ତି ।
/sambad/media/post_attachments/wp-content/uploads/2021/07/a171d874-3b54-4d8f-ad1f-d1550f8f9a61.jpg)
ଏଥିରେ ରାଉରକେଲା ଅବକାରୀ ଡିଏସ୍ପି ଜସକେତନ ବରିହାଙ୍କ ସହିତ ଜିଲ୍ଲା ମୋବାଇଲ୍ ଅବକାରୀ ଅଧିକାରୀ ସୋମନାଥ ବାଗ, ବଣାଇଁ ଆସିଷ୍ଟାଣ୍ଟ ଶ୍ରମ ଅଧିକାରୀ ସୁନିତା ଲାକ୍ରା ଓ ଦିଶା ଶିଶୁ ସହାୟତା କେନ୍ଦ୍ର ଅଧିକାରୀ ଉପସ୍ଥିତିରେ ବୟାନ ନିଆ ଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ୍ ଦାଖଲ୍ ପରେ କାର୍ଯାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ତିନି ଜଣିଆ କମିଟି ପ୍ରକାଶ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Investigation-Starts-of-Child-Carrying-Liquor-Bag_Thumbnail-1.jpg)