‘ସମ୍ବାଦ’ର ମହାପ୍ରଭାବ: ଶିଶୁ କାନ୍ଧରେ ମଦ ବ୍ୟାଗ ବୋଝ ଘଟଣାକୁ ନେଇ ତଦନ୍ତ ଆରମ୍ଭ କଲା ତିନି ବିଭାଗ

କୋଇଡା: ଶିଶୁ କାନ୍ଧରେ ମଦ ବ୍ୟାଗର ବୋଝ ଘଟଣା ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ  ଅନୁଯାୟୀ ଆଜି ତିନି ଗୋଟି ବିଭାଗୀୟ ବରିଷ୍ଠ ଅଧିକାରୀ କମିଟି କୋଇଡା ପହଞ୍ଚିଛନ୍ତି l ଭାଇରାଲ୍ ଶିଶୁଙ୍କ ସମେତ ବାପା ମାଆ ଓ ମଦ ଦୋକାନୀ ସମେତ ଅନ୍ୟ ସମ୍ପୃକ୍ତି ବ୍ୟକ୍ତିଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛନ୍ତି ।

ଏଥିରେ ରାଉରକେଲା ଅବକାରୀ ଡିଏସ୍ପି ଜସକେତନ ବରିହାଙ୍କ ସହିତ ଜିଲ୍ଲା ମୋବାଇଲ୍ ଅବକାରୀ ଅଧିକାରୀ ସୋମନାଥ ବାଗ, ବଣାଇଁ ଆସିଷ୍ଟାଣ୍ଟ ଶ୍ରମ ଅଧିକାରୀ ସୁନିତା ଲାକ୍ରା ଓ ଦିଶା ଶିଶୁ ସହାୟତା କେନ୍ଦ୍ର ଅଧିକାରୀ ଉପସ୍ଥିତିରେ ବୟାନ ନିଆ ଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ୍ ଦାଖଲ୍ ପରେ କାର୍ଯାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ତିନି ଜଣିଆ କମିଟି ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର