ରାଉରକେଲା: ସରକାରଙ୍କ ତାଗିଦ ପରେ ଜିଲ୍ଲାରେ ବାଲିଚୋରି ରୋକିବାକୁ ଗଠନ ହେଲା ଉପଖଣ୍ଡସ୍ତରୀୟ ପ୍ରବର୍ତ୍ତନ ଦଳ (ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌)। କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ପୁଲିସକୁ ଦିଆଗଲା ନିର୍ଦ୍ଦେଶ। ବେଶ୍‌ କିଛି ଦିନ ଜୋରଦାର ଚଢ଼ଉ କରାଗଲା। ସରକାର ନିୟମ କଡ଼ାକଡ଼ି କରିବା ପରେ ବାଲିଘାଟ ଲିଜ୍‌ଧାରି ବାଲି ଉତ୍ତୋଳନ ବନ୍ଦ କରି ଦେଇଛନ୍ତି। ଜରିମାନା ଭୟରେ ଗାଡ଼ିମାଲିକମାନେ ବାଲି ପରିବହନ କରୁନାହାନ୍ତି। ଏହାର ଭରପୂର ଫାଇଦା ଉଠାଉଛନ୍ତି ସହର ଓ ଏହାର ଆଖପାଖର କିଛି ଚୋରା ବାଲିମାଫିଆ। ଖରାବେ‌ଳେ ଓ ବିଳମ୍ବିତ ରାତିରେ ଅଧିକାଂଶ ବାଲିଘାଟରୁ ବାଲି ଚୋରାଚାଲାଣ ହେଉଛି। ଟ୍ରାକ୍ଟର ଓ ଟିପର୍‌ରେ ବାଲି ବୋଝେଇ ହୋଇ ଗଳାବାଟରେ ଥାନା ସମ୍ମୁଖ ଦେଇ ଯାଉଥିଲେ ହେଁ ସେମାନଙ୍କୁ ଧରାଯାଉ ନାହିଁ। ରାତିରେ ଗଳି ଓ ମୁଖ୍ୟ ରାସ୍ତାରେ ଚକ୍କର ମାରୁଥିବା ପିସିଆର୍‌ ମଧ୍ୟ ବାଲି ଟ୍ରାକ୍ଟର ଓ ଟିପର୍‌ଗୁଡ଼ିକୁ ଦେଖି ନଦେଖିଲା ପରି ହେଉଥିବା ଅଭିଯୋଗ ହେଉଛି।

Advertisment

ଚୋରା ବାଲିମାଫିଆମାନେ ବାଲିଘାଟ ଅଧୀନରେ ଆସୁଥିବା ଥାନାର କିଛି ତଳିଆ ପୁଲିସ କର୍ମଚାରୀଙ୍କ ସହ ଭିତିରି ସଲାସୁତୁରା କରି ଏଭଳି ବେଧଡ଼କ ଚାଲାଣ କରୁଛନ୍ତି। ବାଲିଘାଟ ଅଧୀନରେ ଥିବା ଥାନାକୁ ଟ୍ରାକ୍ଟର ପିଛା ୨ ହଜାର ଓ ଟିପର୍‌ ପିଛା ୪ରୁ ୫ ହଜାର ଟଙ୍କା ଦେଉଥିବା ଅଭିଯୋଗ ହେଉଛି। ଠିକଣା ଜାଗାରେ ବାଲି ପହଞ୍ଚିବା ପର୍ଯ୍ୟନ୍ତ ସେମାନେ ଗାଡ଼ିଗୁଡ଼ିକୁ ସୁରକ୍ଷା ଦେଉଛନ୍ତି। ଫଳରେ ଚୋରା ବାଲିମାଫିଆମାନେ ଦୈନିକ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କିଛି ପୁଲିସ୍‌ ବାବୁଙ୍କ ପକେଟ୍ ବି ଗରମ ହେଉଛି। ପ୍ରବର୍ତ୍ତନ ଦଳ ଏମାନଙ୍କ ଟେର୍‌ ନ ପାଇବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ତରକେରା, ଝିରପାଣି, ପାନପୋଷ, ଲୁଆକେରା ସମେତ ଅନ୍ୟ କିଛି ବାଲିଘାଟରୁ ବାଲି ଚୋରାଚାଲାଣ ଚାଲିଛି। ଦୈନିକ ଶହଶହ ଟିପର ଓ ଟ୍ରାକ୍ଟର ବାଲି ସହର ଓ ଆଖପାଖକୁ ଚାଲାଣ ହେଉଛି। ବାଲି, ଚିପ୍‌ସ, ଇଟା, ସିମେଣ୍ଟ ବ୍ୟବସାୟରେ ଥିବା ବେପାରୀଙ୍କ ପାଖରେ ପ୍ରଥମେ ବାଲି ଗଦା ହେଉଛି। ଆଉ କିଛି ବାଲି ସରକାରଙ୍କ ବଡ଼ବଡ଼ ପ୍ରକଳ୍ପ ଚାଲିଥିବା କାମରେ ବ୍ୟବହାର ହେଉଛି। ବେପାରୀ ପାଖରେ ଗଦା ହେଉଥିବା ବାଲି ଟ୍ରାକ୍ଟର ପିଛା ୬ରୁ ୭ ହଜାର ଓ ଡମ୍ପର ପିଛା ୧୫ରୁ ୨୦ ହଜାର ଟଙ୍କାରେ ବିକ୍ରି ହେଉଛି। କିଛି ବିକଳ୍ପ ନଥିବାରୁ ଘର ତିଆରି କରୁଥିବା ଲୋକମାନେ ବାଧ୍ୟ ହୋଇ ଚଢ଼ାଦରରେ ବାଲି କିଣୁଛନ୍ତି। ବାଲି ଅଭାବରୁ ଅନେକ ସରକାରୀ ପ୍ରକଳ୍ପ ବି ଆଗେଇ ପାରୁନି। ସରକାର ବାଲି ଚୋରି ରୋକିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଖରାବେଳେ ଓ ବିଳମ୍ବିତ ରାତିରେ ଗଳାବାଟ ଓ ଥାନା ସାମ୍‌ନା ଦେଇ ଯାଉଥିବା ବାଲିଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।