ଦେଓଗାଁ : ଦେଓଗାଁ ତହସିଲ ଅନ୍ତର୍ଗତ ବଡବନ୍ଧ ଆରଆଇ ସର୍କଲରେ ଭୁତିଆର ବାହାଲ -ଅଫାମରା ରାସ୍ତା ରେ ଥିବା ସୋନ ଗଡ଼ ନଦୀ ବ୍ରିଜ ତଳୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଦେଓଗାଁ ତହସିଲଦାର ନାରାୟଣ ସାହୁ ଚଢ଼ାଉ କରି ୫୦ ହଜାର ଟଙ୍କାର ଜୋରିମାନା ଆଦାୟ କରିଛନ୍ତି । ଭୁତିଆର ବାହାଲ ବ୍ରିଜ ଉପର ସନ ଗୋଡ଼ ନଦୀ ଭିତରେ ଜେସିବି ସାହାଯ୍ୟରେ ବାଲି ଚୋରା ଚାଲାଣ ହେଉଥିବାର ଖବର ପାଇ ଦେଓଗାଁ ତହସିଲଦାର ଚଢ଼ାଉ କରିଥିଲେ।

Advertisment

ପ୍ରକାଶ ଥାଉ କି ବଡ଼ବନ୍ଧ ଆରଆଇ ସର୍କିଲ ଅଧୀନରେ ଥିବା ଅଫମରା ବାଲି ଘାଟଟି ଟେଣ୍ଡର ହୋଇ ନ ଥିବା ରୁ ପ୍ରତି ଜେସିବି ସାହାଯ୍ୟ ରେ ବାଲି ଚୋରା ଚାଲାଣ ହେଉଛି। ଅନ୍ୟ ପକ୍ଷରେ ଏହି ବାଲି ଘାଟ କୁ କୁ ଲାଗି ବଲାଙ୍ଗୀର ତହସିଲ ଅଞ୍ଚଳ ଆସୁଥିବାରୁ ବାଳି ଚୋର ଙ୍କ ଭୁସର୍ଗ ପାଲଟିଛି ଭୁତିଆର ବାହାଲ ବ୍ରିଜ ତଳ। ସୂଚନାଯୋଗ୍ୟ ଯେ, ଦେଓଗାଁ ତହସିଲରେ ଥି. ସାଲେପାଲିରୁ ରେଳ ବ୍ରିଜ ପର୍ଯ୍ୟନ୍ତ ଟେଣ୍ଡର ହୋଇ ନ ଥିବା ବେଳେ ସୋନଗଡ଼ ନଦୀରୁ ବାଲି ପ୍ରତିଦିନ ଚୋରା ଚାଲାଣ ହେଉଛି। ବାଲି ଚୋରା ଚାଲାଣ ଉପରେ ବଡବନ୍ଧ, କୁତୁର୍ଲା, ବନ୍ଧପଡା, ଜରାସିଂହା ପ୍ରତି ଦିନ ବାଲି ଚୋରା ଚାଲାଣ ବୃଦ୍ଧି ପାଉଛି ଏବଂ ସରକାର ରାଜସ୍ୱ ହରାଉଛନ୍ତି ବୋଲି ବୁଦ୍ଧିଜୀବି ମହଳରେ ମତ ପ୍ରକାଶ ପାଉଛି। ଏଣୁ ବାଲିଚୋରଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି । ଆରଆଇ କୌଣସି ପଦକ୍ଷେପ ନେଉନଥିବାରୁ । ଚାଳାଣ କରୁଥିବା ଏକ ଟ୍ରାକ୍ଟରକୁ ଦେଓଗାଁ ତହସିଲଦାର ଧରି ଜରିମାନା ଦିନକୁ ଦିନ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହି ବାଲିଘାଟଗୁଡ଼ିକୁ ଟେଣ୍ଡର କରି ସରକାର ରାଜସ୍ବ ଆଦାୟ କରିବାକୁ ସାଧାରଣରେ ଦାବି ହେଉଛି।