ରାଉରକେଲା: ଚୋରାବାଲି ଚାଲାଣ ରୋକିବାକୁ ପୁରା ଦମ୍‌ ଲଗାଇଦେଇଛି ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ। ଆରମ୍ଭ ହୋଇଛି ଜୋରଦାର ଅପ୍‌ରେସନ୍‌। ଟିମ୍‌ରେ ସାମିଲ ଅଛନ୍ତି ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ, ଡେପୁଟି ଡାଇରେକ୍ଟର ମାଇନିଂ ବିମ୍ବାଧର ସେଠୀ, ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ, ପାନ‌ପୋଷ ଏସ୍‌ଡିପିଓ ଅମ୍ବିତ ମହାନ୍ତି, ରାଉରକେଲା ଅତିରିକ୍ତ ତହସିଲଦାର ସୁଦକ୍ଷ ପଟେଲ ଓ ଅମୂଲ୍ୟ ରତନ ସାହୁ।  ରାତିରେ ପୁରା ଟିମ୍‌ ଅଚାନକ ପହଞ୍ଚିଥିଲା ତୁମକେଲା ବାଲିଘାଟ, ବିଜୁବନ୍ଧ, ତରକେରା ଓ ଅଟାଘାଟ ବାଲିଘାଟରେ। ରାତି ଅଧରେ ଟିମ୍‌କୁ ଦେଖି ଛାନିଆ ହୋଇଯାଇଥିଲେ ବାଲି ଉତ୍ତୋଳନ ଓ ଲୋଡିଂ କରୁଥିବା କର୍ମଚାରୀ ଓ ଡ୍ରାଇଭର। ଟିମ୍‌ର ସାମିଲ ସେକ୍ଟର-୧୫, ରଘୁନାଥପାଲୀ ଓ ଲାଠିକଟା ପୁଲିସ ବେଆଇନ ଭାବେ ଚାଲାଣ ୪ ଟ୍ରାକ୍ଟରକୁ ଜବତ କରିଥିଲେ। ଗୋଟିଏ ଟ୍ରାକ୍ଟରର ଟିପି (ଟ୍ରାନିଜ୍‌ଟ ପାସ୍‌) ଥିବାରୁ ଛାଡିଦେଇଥିଲେ। ଅନ୍ୟ ତିନିଟି ଟ୍ରାକ୍ଟରକୁ ଜବତ କରି ଲାଠିକଟା ପୁଲିସକୁ ହସ୍ତାନ୍ତର କରିଥିଲେ। 

Advertisment

ଜବତ ଗାଡ଼ି (ଓଆର୍‌୧୪ଆର୍‌୬୭୮୬)ରେ ୭.୭୯୨ କ୍ୟୁବିକ୍‌, ଓଆର୍‌୧୪ପି୦୪୬୫ରେ ୮.୭୭୬ କ୍ୟୁବିକ୍‌, ଓଆର୍‌୧୪ ଡବ୍ଲ୍ୟୁ ୨୭୮୪ରେ ୮.୬୧୨ କ୍ୟୁବିକ୍‌ ବାଲି ଜବତ ହୋଇଛି। ଯାଞ୍ଚରୁ ନକଲି ଟିପି ବନୁଥିବା ଅଧିକାରୀମାନେ ଦେଖିବାକୁ ପାଇଥିଲେ। ବାଲିଘାଟରୁ ଟ୍ରାକ୍ଟରରେ କୋଇଡା ଓ ବଣାଇ ପର୍ଯ୍ୟନ୍ତ ଟିପି ବନୁଥିଲା। ଏଭଳି ନକଲି ଟିପିରେ ବାଲିମାଫିଆମାନେ ବିଭିନ୍ନ ବାଲିଘାଟରୁ ଶହ ଶହ ଟ୍ରାକ୍ଟର ବାଲି ଚାଲାଣ ହେଉଛି। ଯାହାର ଟେର୍‌ ପାଉନଥିଲା ସ୍ଥାନୀୟ ପୁଲିସ। ପାନପୋଷ ସବ୍‌ଡିଭିଜନ୍‌ରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ଗଠନ ହେବା ପରେ କୁଆରମୁଣ୍ଡା, ନୂଆଗାଁ, ବିଶ୍ରା ଓ ଲାଠିକଟା ବାଲିଘାଟରେ ବେଆଇନ ବାଲିଉତ୍ତୋଳନ କରୁଥିବା ମାଫିଆଙ୍କ ମଧ୍ୟରେ ଭୟରବାତାବରଣ ସୃଷ୍ଟି ହୋଇଛି। ଆସନ୍ତା ଦିନରେ ବଣାଇ ସବ୍‌ଡିଭିଜନ୍‌ ଓ ସୁନ୍ଦରଗଡ଼ ସଦର ଡିଭିଜନ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ଗଠନ ହେବାକୁ ଯାଉଛି। ତେବେ ତିନିଟି ଡିଭିଜନ୍‌ରେ ବର୍ଷ ବର୍ଷ ଧରି ଚାଲିଥିବା ଚୋରାବାଲି ଚାଲାଣ ରୋକିବାକୁ କେତେଦୂର ସକ୍ଷମ ହେଉଛି , ତା’ ଉପରେ ଜିଲ୍ଲାବାସୀଙ୍କ ନଜର ରହିଛି।