ରାଉରକେଲା: ଭାରତ ସରକାରଙ୍କ ଇସ୍ପାତ ସଚିବ ସନ୍ଦୀପ ପୌଣ୍ଡ୍ରିକ ଦୁଇଦିନିଆ ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) ଗସ୍ତରେ ଆସିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଶ୍ରୀ ପୌଣ୍ଡ୍ରିକ୍ ରାଉରକେଲା ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ସିଆଇଏସ୍ଏଫ୍ ୟୁନିଟ୍ ସଚିବଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ। ପରେ ଶ୍ରୀ ପୌଣ୍ଡ୍ରିକ୍ ଆରଏସପିର ମନ୍ଥନ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ କାରଖାନାର ବିଭିନ୍ନ କ୍ଷେତ୍ରରେ ପ୍ରଦର୍ଶନକୁ ସମୀକ୍ଷା କରିଥିଲେ। ବୈଠକର ସାମଗ୍ରିକ ଦୃଶ୍ୟପଟ ଉପରେ ଏକ ବିସ୍ତୃତ ଉପସ୍ଥାପନା ପ୍ରସ୍ତୁତ କରାଯାଇଥିଲା।
ଏହା ପରେ ଏକ ମତବିନିମୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଶ୍ରୀ ପୌଣ୍ଡ୍ରିକ୍ ଶନିବାର ପୂର୍ବାହ୍ନରେ କାରଖାନାର ବିଭିନ୍ନ ବିଭାଗ ପରିଦର୍ଶନ କରିବେ। ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି। ସମୀକ୍ଷା ବୈଠକରେ ସେଲ୍ ଅଧ୍ୟକ୍ଷ ଅମରେନ୍ଦୁ ପ୍ରକାଶ, ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ସଞ୍ଜୟ ରୟ, ଆର୍ଏସ୍ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କ ସମେତ ସମସ୍ତ ଇଡି, ସିଜିଏମ୍, ଜିଏମ୍, ବିଭାଗମୁଖ୍ୟ, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/Qv4CG7ZxFqO6xYU6SJc3.jpeg)