ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ୬ ଦଶନ୍ଧି ଧରି ପ୍ରାଧାନ୍ୟ ବିସ୍ତାର କରିଥିବା ଶରଦ ପାୱାର ରାଜନୀତିରୁ ଅବସର ନେବା ସଂକ୍ରାନ୍ତରେ ସଙ୍କେତ ଦେଇଥିଲେ । ୮୩ ବର୍ଷୀୟ ପାୱାର କହିଥିଲେ, ସେ ଆଗକୁ କୌଣସି ନିର୍ବାଚନ ଲଢ଼ିବେନି ଏବଂ ଯୁବପିଢ଼ିଙ୍କୁ ପ୍ରେରଣା ଦେବା ଦିଗରେ କାମ କରିବେ। ପାୱାର କହିଛନ୍ତି, ତାଙ୍କୁ କେଉଁଠି ନା କେଉଁଠି ଅଟକିବାକୁ ପଡ଼ିବ। ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ହେବ ବୋଲି ସେ ସଙ୍କେତ ଦେଇଥିଲେ । ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି | ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ କହିଛନ୍ତି ଯେ ମୋଦୀ-ଶାହାଙ୍କ ରାଜନୀତି ପାଇଁ ଶରଦ ଆଉ ରାଜନୀତି କରିବାକୁ ଚାଁହୁନାହାନ୍ତି | ସଞ୍ଜୟ ରାଉତ କହିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ହୋଇନାହିଁ।
ଶରଦ ପାୱାର ଏହା ପୂର୍ବରୁ ମଧ୍ୟ କହିଥିଲେ ଯେ ସେ ନିର୍ବାଚନ ଲଢ଼ିବାକୁ ଚାହୁଁନାହାଁନ୍ତି, କିନ୍ତୁ ଆମ ଭଳି ଲୋକ ତାଙ୍କର ସାଥିରେ ଅଛୁ । ସଞ୍ଜୟ କହିଛନ୍ତି ଯେ ଆପଣ ଏମିତି ଢଙ୍ଗରେ ଅବସର ନେଇପାରିବେ ନାହିଁ | ସଞ୍ଜୟ କହିଛନ୍ତି ଯେ ଆପଣ ଆମମାନଙ୍କର ଗାଇଡ୍ | ତାଙ୍କ ପରି ୬୦ ବର୍ଷର ରାଜନୈତିକ ଅଭିଜ୍ଞତା ଏହି ଦେଶରେ କାହା ପାଖେ ନାହିଁ। ସଞ୍ଜୟ ରାଉତ କହିଛନ୍ତି ଯେ ରାଜନୀତି, ଗଠବନ୍ଧନ, କୃଷି କ୍ଷେତ୍ର କିମ୍ବା ଶିକ୍ଷା କ୍ଷେତ୍ର ହେଉ, ଶରଦ ପାୱାର ସବୁ କ୍ଷେତ୍ରରେ ଏକ ବଡ଼ ଅବଦାନ ରଖିଛନ୍ତି। ଏହି ଦେଶରେ କିଛି ଘଟଣା ଘଟିଛି | ମୋଦୀ ଏବଂ ଶାହାଙ୍କ ଯୁଗରେ ରାଜନୀତିର ସ୍ତର ଏତେ ହ୍ରାସ ପାଇଛି ଯେ ଶରଦ ପାୱାର ରାଜନୀତିକୁ ପସନ୍ଦ କରନ୍ତି ନାହିଁ। ବୋଧହୁଏ ସେ ଅନୁଭବ କରୁଛନ୍ତି ଯେ ଏଥିରେ ବିରତି ଲାଗିବା ଉଚିତ୍, କିନ୍ତୁ ଆମେ ତାଙ୍କୁ ଅଟକିବାକୁ ଦେବୁ ନାହିଁ |