ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି | ବରିଷ୍ଠ ଆଇପିଏସ ଅଧିକାରୀ ସଂଜୀବ ପଣ୍ଡାଙ୍କୁ ଆଣ୍ଟି-ନକ୍ସଲ ଅପରେସନର ଏଡିଜି ଭାବେ ବଦଳି କରାଯାଇଛି | ସେହିପରି ଅଖିଳେଶ୍ଵର ସିଂଙ୍କୁ ଏସଆଇଡ଼ବ୍ଲ୍ୟୁର ଡ଼ିଆଇଜି ଓ କେଭି ସିଂହଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜର ଡ଼ିଆଇଜି ଭାବେ ବଦଳି କରାଯାଇଛି |

Advertisment

ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ନକ୍ସଲ ନିପାତ ଅଭିଯାନକୁ ଜୋରଦାର କରିଥିବାବେଳେ ଆସନ୍ତା ବର୍ଷ ସୁଦ୍ଧା ନକ୍ସଲଙ୍କୁ ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଏବେ ବରିଷ୍ଠ ଆଇପିଏସ ଅଧିକାରୀ ସଂଜୀବ ପଣ୍ଡାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି | ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ସେ ଟ୍ରେନିଂ ଏଡିଜି ଥିବାବେଳେ ଏବେ ଆଣ୍ଟି-ନକ୍ସଲ ଅପରେସନର ଏଡିଜି ଭାବେ ବଦଳି କରାଯାଇଛି |