ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୧୯ର ତାଲିକା ନିର୍ବାଚନ କମିସନ ପ୍ରକାଶ କରି ଦେଇଛନ୍ତି। ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ ଦଳ ପକ୍ଷରୁ ନିଜ ନିଜର ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବା ଆରମ୍ଭ ହୋଇଯାଇଛି। ଏହା ମଧ୍ୟରେ ଚର୍ଚ୍ଚା ଉଠିଛି ଯେ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ବି ଏଥର ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ଏକ ଓଏବ୍‌ସାଇଟ୍‌ରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ସଞ୍ଜୟ ଏସ୍‌ପି-ବିଏସ୍‌ପି ମେଣ୍ଟ ପକ୍ଷରୁ ଉତ୍ତରପ୍ରଦେଶର ଗଜିଆବାଦ୍‌ରୁ ନିର୍ବାଚନ ଲଢ଼ିପାରନ୍ତି।

Advertisment

ଏହି ଦୁଇ ଦଳକୁ ଏକ କଳାକାର ଚେହେରାର ଆବଶ୍ୟକତା ଥିଲା। ସଞ୍ଜୟ ଦତ୍ତଙ୍କ ବାପା ସୁନୀଲ ଦତ୍ତ ବି ଜଣେ ରାଜନେତା ଥିଲେ। କେବଳ ସୁନୀଲ ଦତ୍ତ ନୁହଁନ୍ତି, ସଞ୍ଜୟଙ୍କ ଭଉଣୀ ପ୍ରିୟା ଦତ୍ତ ବି ଜଣେ ରାଜନେତ୍ରୀ। ସଞ୍ଜୟ ଏକ ରାଜନୈତିକ ପରିବାରର ହୋଇଥିବାରୁ ତାଙ୍କଠାରୁ ଭଲ ପ୍ରାର୍ଥୀ ଆଉ କେହି ହୋଇନପାରନ୍ତି! ସଞ୍ଜୟ ନିର୍ବାଚନ ପଡ଼ିଆକୁ ଓହ୍ଲାଇବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ଅନୁମାନ କରାଯାଉଛି। ଗତ ବର୍ଷ ସଞ୍ଜୟଙ୍କ ଜୀବନୀ ଉପରେ ଆଧିରିତ ଚଳଚ୍ଚିତ୍ର ‘ସଞ୍ଜୁ’ ଦେଖିବା ପରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଢେର୍‌ ବଢି ଯାଇଛନ୍ତି। ଏହି ସୁଯୋଗର ଲାଭ ଉଠାଇ ପାରନ୍ତି ସଞ୍ଜୁବାବା!