ହାତରେ ଶଙ୍ଖା, ମଥାରେ ସିନ୍ଦୂର ଓ ପାଦରେ ଅଳତା- ଏହା ହେଉଛି ଜଣେ ବିବାହିତା ହିନ୍ଦୁ ନାରୀର ଭୂଷଣ। ଆଜିକାଲି କିନ୍ତୁ ଏହାର ମହତ୍ତ୍ବ କେହି ବୁଝୁନାହାନ୍ତି। ଅନେକେ ଏହାକୁ ହିନ୍ଦୁ ସମାଜରେ ପ୍ରଚଳିତ ଅନ୍ଧବିଶ୍ବାସ ବୋଲି ମାନିଲେଣି। ହିନ୍ଦୁମାନେ ଏକ ବୈଜ୍ଞାନିକ ଜାତି- ସେମାନେ କେବେ ବି କୌଣସି ଅଯଥା ଜିନିଷକୁ ତାଙ୍କ ସଂସ୍କୃତିରେ ରଖିନାହାନ୍ତି। ସକାକୁ ଉଠି ସ୍ନାନ ସାରି ସୂର୍ଯ୍ୟଙ୍କୁ ପାଣି ଦେବା, ତୁଳସୀ ମୂଳେ ପାଣି ଦେବା ଓ ପୂଜା କରିବା, ସନ୍ଧ୍ୟାବତି ଜାଳିବା, ଗୋମାତାର ସେବା କରିବା- ଏ ସବୁ ଭିତରେ ରହିଛି ଅସୀମ ଉପାଦେୟତା ଓ ବୈଜ୍ଞାନିକ କାରଣ।
ଆମ ଗୁରୁଦେବ କହନ୍ତି- ‘‘ଲୁହା ପୋଷେ ରକ୍ତକଣା ଶଙ୍ଖ ପୋଷେ ହାଡ଼, ସିନ୍ଦୂର ତ ଶୋଭା ବଢ଼ାଏ ବନ୍ଧ୍ୟାର ପ୍ରତିକାର।’’ (ଅନୁଶ୍ରୁତି)। ଅର୍ଥାତ୍ ନାରୀମାନେ ହାତରେ ଯେଉଁ ଲୁହା ଚୁଡ଼ି ଓ ଶଙ୍ଖରେ ତିଆରି ଶଙ୍ଖା ପିନ୍ଧନ୍ତି, ତାହାର ଉପାଦେୟତା ରହିଛି। ଲୁହା ବା ଲୌହସାର ଆମର ରକ୍ତକଣିକାକୁ ପୋଷଣ ଦିଏ। କ୍ୟାଲସିୟମ କାର୍ବୋନେଟ୍ରେ ତିଆରି ଶଙ୍ଖା ଆମର ହାଡ଼କୁ ପୋଷଣ ଦିଏ। ସିନ୍ଦୂର ନାରୀର ଶୋଭା ବୃଦ୍ଧି କରିବା ସହ ବନ୍ଧ୍ୟାଦୋଷର ନିରାକରଣ କରେ। ସେଥିପାଇଁ ହାତରେ ଲୁହା ଓ ଶଙ୍ଖର ଚୁଡ଼ି ପିନ୍ଧିବା ଓ ମଥାରେ ସିନ୍ଦୂର ଲଗାଇବାର ପରମ୍ପରା ରହିଛି। ତା’ଛଡ଼ା ପାଦରେ ଯେଉଁ ଅଳତା ପିନ୍ଧାଯାଏ, ତାହା ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ପାଦ ଫାଟିବା ଇତ୍ୟାଦିକୁ ନିରୋଧ କରିଥାଏ।
କେବଳ ଲୁହା ଓ ଶଙ୍ଖ ନୁହେଁ, ଅନ୍ୟ ଧାତୁ ଯଥା ସୁନା ଓ ରୂପାର ଚୁଡ଼ି ମଧ୍ୟ ପିନ୍ଧାଯାଏ। କମ୍ ପରିମାଣର ହେଲେ ବି ଆମ ଶରୀର ସୁନା ଓ ରୂପାର ଧାତୁସାର ମଧ୍ୟ ଆବଶ୍ୟକ କରେ। ତେବେ ସବୁଠୁ ଅଧିକ ଆବଶ୍ୟକ ଲୁହା। ଯେତେବେଳେ ଜଣେ ମହିଳା ସନ୍ତାନ ପ୍ଲାନିଂ ନେଇ ଡାକ୍ତରଙ୍କ ପାଖକୁ ଯାଏ, ଡାକ୍ତର ତା’ର ଆବଶ୍ୟକ ପରୀକ୍ଷାନିରୀକ୍ଷା କରିବା ପରେ ଅଭାବ ଥାଉ ବା ନ ଥାଉ, ଆଇରନ, କ୍ୟାଲସିୟମ୍, ଫଲିକ୍ ଏସିଡ୍ ଓ ଭିଟାମିନ୍ ଇ ଖାଇବାକୁ ଦିଅନ୍ତି। କାରଣ ଗର୍ଭବତୀ ହେଲେ ଏଇ ଧାତୁସାର ଓ ଭିଟାମିନଗୁଡ଼ିକର ଅଧିକ ଆବଶ୍ୟକତା ପଡ଼େ। କବିରାଜ ପାଠରେ ବି ମାଆମାନଙ୍କୁ ଦୂବରସ ଓ ମହୁ ଖାଇବାକୁ ପରାମର୍ଶ ଦିଆଯାଏ। ଏଥିରେ ବି ଆବଶ୍ୟକ ଆଇରନ ଓ କ୍ୟାଲସିୟମ ରହିଛି।
ସିନ୍ଦୂର ମଧ୍ୟ ନାରୀମାନଙ୍କର ଏକ ପ୍ରକାର ରକ୍ଷାକବଚ ଭାବେ କାମ କରେ। ମଥାରେ ଦୁଇ ଭ୍ରୂଲତା ମଝିରେ ସିନ୍ଦୂର ପିନ୍ଧିବା ସୂଚାଏ, ସେ କାହାକୁ ସ୍ବାମୀ ଭାବେ ବରଣ କରିଛି। ସିନ୍ଥିରେ ସିନ୍ଦୂର ଗାର ଟାଣିବା ସୂଚାଏ ସେହି ପୁରୁଷ ତାକୁ ପତ୍ନୀ ରୂପେ ଗ୍ରହଣ କରିସାରିଛି, ଅର୍ଥାତ୍ ତା’ର ବିବାହ ହୋଇସାରିଛି। ତେଣୁ ମଥାରେ ଦାଉଦାଉ ହୋଇ ଜଳୁଥିବା ସିନ୍ଦୂର ମନରେ ଖରାପ ଚିନ୍ତା ରଖିଥିବା ପରପୁରୁଷମାନଙ୍କୁ ବିକର୍ଷିତ କରେ।
ଜ୍ୟୋତିଷ ପାଠରେ ମଙ୍ଗଳଗ୍ରହ ସହ ନାଲିରଙ୍ଗ ଓ ରକ୍ତର ସମ୍ବନ୍ଦ ରହିଛି। ବିଜ୍ଞାନରେ ମଙ୍ଗଳଗ୍ରହକୁ ରେଡ୍ ପ୍ଲାନେଟ୍ ବୋଲି କୁହାଯାଏ। ଯେଉଁମାନଙ୍କ ଜାତକରେ ମଙ୍ଗଳଦୋଷ ଥାଏ ଏବଂ ଯେଉଁମାନେ ଜାତକରେ ମଙ୍ଗଳର ଦୁଃସ୍ଥିତିଜନିତ ପୀଡ଼ା ଭୋଗୁଥାନ୍ତି, ସେମାନଙ୍କୁ ତାହାର ପ୍ରତିକାର କରିବାକୁ ପରାମର୍ଶ ଦିଆଯାଏ। ନାଲିଧଡ଼ିର ଲୁଗା ପିନ୍ଧିବା, ଅଳତା ଓ ସିନ୍ଦୂର ପରି ନାଲି ରଙ୍ଗ ବ୍ୟବହାର କରିବା ମଧ୍ୟ ଅନେକାଂଶରେ ମଙ୍ଗଳଦୋଷର ନିବାରଣ କରିଥାଏ।
ସିନ୍ଦୂର ମଧ୍ୟ ନାରୀମାନଙ୍କର ଏକ ପ୍ରକାର ରକ୍ଷାକବଚ ଭାବେ କାମ କରେ। ମଥାରେ ଦୁଇ ଭ୍ରୂଲତା ମଝିରେ ସିନ୍ଦୂର ପିନ୍ଧିବା ସୂଚାଏ, ସେ କାହାକୁ ସ୍ବାମୀ ଭାବେ ବରଣ କରିଛି। ସିନ୍ଥିରେ ସିନ୍ଦୂର ଗାର ଟାଣିବା ସୂଚାଏ ସେହି ପୁରୁଷ ତାକୁ ପତ୍ନୀ ରୂପେ ଗ୍ରହଣ କରିସାରିଛି, ଅର୍ଥାତ୍ ତା’ର ବିବାହ ହୋଇସାରିଛି। ତେଣୁ ମଥାରେ ଦାଉଦାଉ ହୋଇ ଜଳୁଥିବା ସିନ୍ଦୂର ମନରେ ଖରାପ ଚିନ୍ତା ରଖିଥିବା ପରପୁରୁଷମାନଙ୍କୁ ବିକର୍ଷିତ କରେ।
ଆଗକାଳରେ ଦୁଷ୍ଟ ପ୍ରକୃତିର ରାଜା-ମହାରାଜାମାନେ ତଥା ମୁସଲମାନ ରାଜତ୍ବ ସମୟରେ ମୁସଲମାନ ସିପାହୀ ଓ ସୈନ୍ୟମାନେ ସୁନ୍ଦରୀ ଝିଅମାନଙ୍କ ଉପରେ ଖରାପ ନଜର ପକାଉଥିଲେ। ସେଥିପାଇଁ ଝିଅମାନଙ୍କୁ କମ୍ ବୟସରେ ବାହା କରି ଦିଆଯାଉଥିଲା, ସେମାନେ କ୍ବଚିତ୍ ଏକୁଟିଆ ପଦାକୁ ବାହାରୁଥିଲେ ଏବଂ ଯେତେବେଳେ ବି ପଦାକୁ ବାହାରୁଥିଲେ ମଥାର ସିନ୍ଦୂର ସେମାନଙ୍କୁ ଅନେକାଂଶରେ ରକ୍ଷା କରିବାରେ ସାହାଯ୍ୟ କରୁଥିଲା।
ଏହି ସିନ୍ଦୂର ମଧ୍ୟ ଏକ ସ୍ମାରକ ଭାବେ କାମ କରିଥାଏ। ଏହା ନାରୀମାନଙ୍କୁ ପ୍ରତି ମୁହୂର୍ତ୍ତରେ ସ୍ମରଣ କରାଇଥାଏ ଯେ ତୁମେ ଜଣେ ବିବାହିତା ନାରୀ, ତୁମର ଜଣେ ସ୍ବାମୀ ଅଛି, ଦେବତାଙ୍କୁ, ଅଗ୍ନିଙ୍କୁ ସାକ୍ଷୀ ରଖି ତୁମେ ତାଙ୍କୁ ସାତଜନ୍ମ ପାଇଁ ସ୍ବାମୀରୂପରେ ବରଣ କରିଛ- ତେଣୁ ଅନ୍ୟ ପୁରୁଷଠାରୁ ଯଥାସମ୍ଭବ ଦୂରରେ ରହିବା ଉଚିତ। ଏହି ସିନ୍ଦୂର ନାରୀର ମନକୁ ସଂଯତ କରିବା ସହ ତା’ର ସତୀତ୍ବର ରକ୍ଷାକବଚ ଭାବେ କାମ କରେ। ଏଣୁ ଯଥାସମ୍ଭବ ଏହି ପାରମ୍ପରିକ ବେଶଭୂଷାକୁ ଅବହେଳା କରିବା ଉଚିତ ନୁହେଁ।