ପୁଣେ: ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ କଳାନୈପୁଣ୍ୟକୁ ପ୍ରଦର୍ଶନ କରୁଥିବା ଏକ ମନୋହର ସାଂସ୍କୃତିକ କାର୍ଯ୍ୟକ୍ରମ ପୁଣେରେ ଅନୁଷ୍ଠିତ ହୋଇଛି। ଓଡ଼ିଆ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବ ଦର୍ଶକ ଏବଂ ଗଣ୍ୟମାନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିଛି। ୧୫୦୦ରୁ ଅଧିକା ଦର୍ଶକ ବିଭୋର ହୋଇ ମହୋତ୍ସବର ଆନନ୍ଦ ଅନୁଭବ କରିଥିଲେ। ଓଡ଼ିଆ ସାଂସ୍କୃତିକ ପରିଷଦ ଆୟୋଜିତ ସାଂସ୍କୃତିକ ସଂଧ୍ୟା ‘ଉତ୍କଳ ଦିବସ ୨୦୨୫ : ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଅପୂର୍ବ ସଂଯୋଜନା' ଯେଉଁଥିରେ ପାରମ୍ପରିକ ଓଡ଼ିଶୀନୃତ୍ୟ, ଲୋକନୃତ୍ୟ, ସଙ୍ଗୀତ, ନାଟକୀୟପ୍ରସ୍ତୁତି ଏବଂକଳା ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା।ଉତ୍ସବର ଉଦ୍ଦେଶ୍ୟ ଥିଲା ଓଡ଼ିଶାର ବିଭିନ୍ନ ପରମ୍ପରାମାନଙ୍କୁ ଉଜାଗର କରିବା ଏବଂ ସାଂସ୍କୃତିକ ବିନିମୟ ଏବଂକଳା ଯୋଗଦାନକୁ ଉତ୍ସାହିତ କରିବା।
ଏହାର ଅନ୍ତିମ ଅଧିବେଶନରେ ବିଶିଷ୍ଟ କଳାକାରମାନେ ଏବଂଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ଶ୍ରୀରାମ ଭାଉଦାଭାଡେ ଏହି ମହୋତ୍ସବକୁ ଓଡ଼ିଶାର ଅନନ୍ୟ ସଂସ୍କୃତିର ପ୍ରମାଣ ଭାବେ ବ୍ୟାଖ୍ୟା କରିଥିଲେ।
ଉତ୍ସବର ମୁଖ୍ୟ ଆକର୍ଷଣ ମଧ୍ୟରୁ ବିଶିଷ୍ଟ ନୃତ୍ୟଶିଳ୍ପୀ ପ୍ରଜ୍ୟୋତି ଦାସ ଏବଂ ରୋଜାଲିନ ନନ୍ଦଙ୍କଦ୍ୱାରା ଓଡ଼ିଶୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏଥିସହିତ ଅମୃତା ପଟ୍ଟନାୟକଙ୍କ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ହୃଦୟ ଜିତିନେଇଥିଲେ। ସଙ୍ଗୀତପ୍ରେମୀମାନେ କ୍ରିଷ୍ଣା ସାହୁ, ବଙ୍କିମ ପଟେଲ, ରଶ୍ମିତା ଏବଂ ଅନୁଷ୍ଟିତାଙ୍କ ସଙ୍ଗୀତରେ ଆମୋଦିତ ହୋଇଥିଲେ। ସେଠି ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ମୃତିଚାରଣ ଦର୍ଶକମାନଙ୍କୁ ଭାବବିହ୍ୱୋଳ କରିଥିଲା।

ଆଗାମୀ ବର୍ଷରେ ଏହି ଉତ୍ସବକୁ ଅଧିକ ଭବ୍ୟଭାବେ ଆୟୋଜନ କରିବାକୁ ଯୋଜନା କରାଯାଉଛି, ଯାହା ଭାରତର ସାଂସ୍କୃତିକ ଐତିହ୍ୟକୁ ଉତ୍ସାହିତ କରିବାର ଏକ ପ୍ରମାଣ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/18/QjG0m9FhZDUF9m8Uul2N.jpg)