ନୂଆଦିଲ୍ଲୀ: ଲୋକପ୍ରିୟ ଗାୟିକା, ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ସପ୍ନା ଚୌଧୁରୀ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ସେ କଂଗ୍ରେସରେ ଦେବେ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷା ପ୍ରିୟଙ୍କା ଗାନ୍ଧୀଙ୍କ ସହ ଥିବା ତାଙ୍କର ପୁରୁଣା ଫଟୋ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ଉପୁଜାଇଛି ବୋଲି ସପ୍ନା କହିଛନ୍ତି। ସେ କହିଛନ୍ତି ଏବେ ସୋସିଆଲ୍ ମିଡିଆରେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ବୁଲୁଥିବା ତାଙ୍କ ଫଟୋଟି ଖୁବ୍ ପୁରୁଣା। ତାହାକୁ ଦେଖି ଲୋକେ ଧୋକା ପାଇ ଯାଇଛନ୍ତି।
Or constituencies of UP bordering Haryana? Or Eastern Uttar Pradesh, since Sapna Chaudhary met Priyanka Gandhi? ?
Picture?? pic.twitter.com/J1O0AAo2Zj
— SaahilMurli Menghani (@saahilmenghani) 23 March 2019
ଏକାଧିକ ମ୍ୟୁଜିକ୍ ଆଲବମ୍ ଜରିଆରେ ସପନା ଚୌଧୁରୀ ଉତ୍ତର ଭାରତ ଖାସ୍ କରି ହରିଆଣାରେ ଖୁବ ଲୋକପ୍ରିୟ। ସେହିପରି ରିୟଲିଟି ସୋ’ ‘ବିଗ୍ ବସ୍’ ଜରିଆରେ ସାରା ଦେଶରେ ପରିଚୟ ହାସଲ କରିଥିବା ସପନା କଂଗ୍ରେସରେ ଯୋଗ ଦେବା ନେଇ ଗତକାଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏପରିକି ସେ କଂଗ୍ରେସ ଟିକଟରେ ଲୋକସଭା ର୍ନିବାଚନ ଲଢ଼ିବା ନେଇ ମଧ୍ୟ କୁହାଯାଉଥିଲା। ତେବେ ସପନା କଂଗ୍ରେସରେ ଯୋଗ ଦେଉନଥିବା ଆଜି ସ୍ପଷ୍ଟ କରିଛନ୍ତି।