ନୂଆଦିଲ୍ଲୀ: ଟିଭିଏଫ୍ (ଦି ଭାଇରାଲ୍ ଫିଭର୍) ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହୋଇପାରିଛି | ଟିଭିଏଫ୍ ଏହାର କାହାଣୀ ପାଇଁ ଜଣାଶୁଣା। ଗତ କିଛି ବର୍ଷ ମଧ୍ୟରେ, ଗୋଟିଏ ପରେ ଗୋଟିଏ ସୁପରହିଟ  ଧାରାବାହିକ ଦେଇଛି। ହୃଦୟସ୍ପର୍ଶୀ କାହାଣୀ ପାଇଁ ଜଣାଶୁଣା ପ୍ଲାଟଫର୍ମ ଟିଭିଏଫ୍, ପୁଣିଥରେ ଦର୍ଶକଙ୍କ ପାଇଁ ଏକ ନୂତନ ଏବଂ ପ୍ରେରଣାଦାୟକ ଶୋ’ ଆଣିଛି। ଏହାର ନାମ 'ମେଡିକାଲ୍ ଡ୍ରିମ୍ସ'। ଏହି ଶୋ’ର ଟ୍ରେଲର ରିଲିଜ୍ ହୋଇଛି, ଯେଉଁଥିରେ ନିଟ ପରୀକ୍ଷାର୍ଥୀଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରାକୁ ଦର୍ଶାଯାଇଛି। ଏହି ଶୋ’ଟି ଟିଭିଏଫ୍‌ର ୟୁଟ୍ୟୁବ୍ ଚ୍ୟାନେଲ୍ 'ଗର୍ଲୟାପା'ରେ ମୁକ୍ତିଲାଭ କରିବ।

Advertisment

ଏହାର ଏପିସୋଡ୍ ଫେବୃଆରୀ ୪ ରୁ ଆସିବା ଆରମ୍ଭ ହେବ। 'ମେଡିକାଲ୍ ଡ୍ରିମ୍ସ' ହେଉଛି ତିନି ଜଣ ନିଟ  ଆଶାୟୀ ଶ୍ରୀ, ଧ୍ୱନି ଏବଂ ସମର୍ଥଙ୍କ କାହାଣୀ। ଯେଉଁମାନେ ଭିନ୍ନ ପରିବାର ଏବଂ ସାମାଜିକ ପୃଷ୍ଠଭୂମିରୁ ଆସିଛନ୍ତି। ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ନିଟ ପାସ୍ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ସିରିଜରେ, କାହାଣୀ ମାଧ୍ୟମରେ ସେହି ଛାତ୍ରମାନଙ୍କର ଏହି ଅସୁବିଧାଗୁଡ଼ିକୁ ଦେଖାଇବାକୁ ଚେଷ୍ଟା କରାଯାଇଛି।

ଏହି କଷ୍ଟକର ଯାତ୍ରାରେ ସେମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି ଆଲେନ୍ କୋଚିଂର ଜଣେ ଜୀବବିଜ୍ଞାନ ଶିକ୍ଷକ ସୁବ୍ରତ ସିହ୍ନା। ତାଙ୍କର ପ୍ରେରଣାଦାୟକ ଶିକ୍ଷାଦାନ ଶୈଳୀ ଛାତ୍ରଛାତ୍ରୀମାନଙ୍କୁ କେବଳ ପରୀକ୍ଷାରେ ସଫଳ ହେବା ପାଇଁ ନୁହେଁ ବରଂ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦିଏ। ଆଉ ବଡ କଥା ଯେ ଏଥିରେ ନଜର ଆସିବେ ସରମନ ଯୋଶୀ | ମେଡିକାଲ ପୂର୍ବରୁ, ଟିଭିଏଫ ୟୁପିଏସସି ଏବଂ ହାଫ୍ ସିଏ ଭଳି କଠିନ ପରୀକ୍ଷାର ସଂଘର୍ଷ ମଧ୍ୟ ଦେଖାଇଛି।