ଶତ୍ରୁଘନ ସିହ୍ନାଙ୍କୁ ମିଳିବନି ବିଜେପି ଟିକେଟ ! କଂଗ୍ରେସରେ ଯୋଗ ଦେବା ସମ୍ଭାବନା

ନୂଆଦିଲ୍ଲୀ : ବିଜେପିର ବିଦ୍ରୋହୀ ନେତା ଶତ୍ରୁଘନ ସିହ୍ନାକୁ ବିଜେପି ଟିକେଟ କାଟିବାର ସମ୍ଭାବନା ଥିବାରୁ ସେ କଂଗ୍ରେସ ଟିକେଟରୁ ଲଢିବା ସମ୍ଭାବନା ରହିଛି । ଏ ନେଇ କେତେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହାଙ୍କର ଜଣେ ପ୍ରଖର ସମାଲୋଚକଭାବେ ଜଣାଶୁଣା ଶତ୍ରୁଘନ ପାଟନା ସାହିବ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢିବାର ସମ୍ଭାବନା ରହିଛି ।  ସେ ବିଜେପିର ଲାଲକୃଷ୍ଣ ଆଡଭାନୀ ଶିବିରର ସମର୍ଥକ ଭାବେ ଜଣାଶୁଣା ।

୨୦୧୪ରେ ମୋଦି ସରକାର ଆସିବା ପରେ ଦଳରେ ତାଙ୍କର ଗୁରୁତ୍ବ କମିଯାଇଥିଲା । ସେ ନିୟମିତଭାବେ ମୋଦି ଓ ଶାହାଙ୍କୁ ସମାଲୋଚନା କରିଆସୁଥିଲେ ଓ ରାହୁଲ ଗାନ୍ଧିଙ୍କୁ ପ୍ରସଂଶା କରିଆସୁଥିଲେ । ବିଜେପି ଛାଡି କଂଗ୍ରେସରେ ଯୋଗ ଦେବା ବିଷୟରେ ସେ ପୂର୍ବରୁ ମଧ୍ୟ ସଂକେତ ଦେଇସାରିଛନ୍ତି । ଏହି ଆସନରୁ ବିଜେପି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଟିକେଟ ଦେବାର ସମ୍ଭାବନା ରହିଛି । ସେହିପରି ଆଉ ଜଣେ ବିଦ୍ରୋହୀ ବିଜେପି ନେତା କୀର୍ତ୍ତି ଆଜାଦ ମଧ୍ୟ କଂଗ୍ରେସ ଟିକେଟ ପାଇବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର