ମୋତେ ସବୁ ଦଳ ମିଶିବାକୁ ଡାକୁଥିଲେ, କିନ୍ତୁ କଂଗ୍ରେସରେ ମିଶିବାକୁ ଲାଲୁ ପରାମର୍ଶ ଦେଲେ : ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ବିଜେପି ଛାଡିଥିବା ସାଂସଦ ତଥା ଚିତ୍ରତାରକା ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ ତାଙ୍କୁ ଅଧିକାଂଶ ଦଳ ଡାକୁଥିଲେ, କିନ୍ତୁ ଲାଲୁ ପ୍ରସାଦ ଯାଦବଙ୍କ ପରାମର୍ଶରେ ସେ କଂଗ୍ରେସରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ କଂଗ୍ରେସ ହିଁ ପ୍ରକୃତରେ ଏକ ଜାତୀୟ ଦଳ । ସେ କହିଛନ୍ତି ଯେ ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି ଆଦି ତାଙ୍କୁ ମିଶିବା ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ସେ ପାଟନା ସାହିବରୁ ଲଢିବାକୁ ସମସ୍ତଙ୍କୁ ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ ଶତ୍ରଘ୍ନ ଗତ କିଛି ବର୍ଷ ଧରି ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଓ ବିଜେପିକୁ କ୍ରମାଗତଭାବେ ସମାଲୋଚନା କରିଆସୁଥିଲେ ।ସିହ୍ନାଙ୍କୁ ଦଳ ପକ୍ଷରୁ ଏଥର ଟିକେଟ ଦିଆଯାଇନାହିଁ । ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାଟଣା ସାହିବରୁ ଟିକେଟ ଦିଆଯାଇଛି । ସେ ଆସନ୍ତା ୫ ତାରିଖରେ କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତାଙ୍କୁ କଂଗ୍ରେସ ପାଟଣା ସାହିବରୁ ଟିକେଟ ଦେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର