ଜୟପୁର: ମାଣ୍ଡିଆ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ସରକାରୀ ବାବୁ | କୋରାପୁଟଜିଲ୍ଲା ସେମିଲିଗୁଡା ବ୍ଲକ କୁନ୍ଦୁଲି ଲ୍ୟାମ୍ପର ଦାୟିତ୍ଵରେ ଥିବା ସତ୍ୟରଞ୍ଜନ ଚାଲାଣ ଜଣେ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ | ଚାଲାଣ ମାଣ୍ଡିଆ କିଣିବାକୁ ବସ୍ତା ପିଛା ୪୫ ଟଙ୍କା ନେବାକୁ କହିଥିଲେ |
ଏହିପରି ଭାବେ ୧୧୭ ବସ୍ତା ପାଇଁ ୩ ହଜାର ଟଙ୍କା ଲାଞ୍ଚ ଦେବାକୁ ଦାବି କରିଥିଲେ | ଲାଞ୍ଚ ଅର୍ଥ ନ ଦେଲେ ମାଣ୍ଡିଆ କିଣାହେବ ନାହିଁ ବୋଲି ରୋକଠୋକ ଶୁଣାଇଦେଇଥିଲେ | ଏନେଇ ଚାଷୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ | ଏହାପରେ ଭିଜିଲାନ୍ସ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇ ଜାଲ ବିଛାଯାଇଥିଲା | ଆଉ ଆଜି ଚାଲାଣ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/02/28/zir9SOeHgqJ53cZUmwWQ.jpg)