ଦୁଷ୍କର୍ମ ମାମଲାରେ ବିଏସପିର ନବ ନିର୍ବାଚିତ ସାଂସଦ ଅତୁଲ ରାୟଙ୍କୁ ଗିରଫଦାରିରୁ ସୁରକ୍ଷା ଦେବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସପି)ର ନବ ନିର୍ବାଚିତ ସାଂସଦ ଅତୁଲ ରାୟଙ୍କୁ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଚାଲିଥିବା ଏକ ଦୁଷ୍କର୍ମ ମାମଲାରେ ଗିରଫଦାରିରୁ ସୁରକ୍ଷା ଦେବାକୁ ମନା କରି ଦେଇଛନ୍ତି । ବାରଣାସୀର ଜଣେ କଲେଜ୍ ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ରାୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ବାରଣାସୀରେ ରହୁଥିବା ଏହି ଛାତ୍ରୀ ଜଣକ ଅଭିଯୋଗ କରିଥିଲେ ଯେ ମଇ ୧ ତାରିଖରେ ଅତୁଲ ରାୟ ତାଙ୍କୁ ପତ୍ନୀଙ୍କ ସହ ସାକ୍ଷାତ କରାଇବାକୁ କହି ନିଜ ଘରକୁ ଆଣିଥିଲେ । କିନ୍ତୁ ଘରେ ପତ୍ନୀ ନ ଥିଲେ। ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଅତୁଲ ରାୟ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମାମଲାର ବିଚାର କରି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ରାୟଙ୍କ ଗିରଫଦାରି ରୋକିବା ଯାଚିକା ଉପରେ ଶୁଣାଣ କରିଛନ୍ତି । ଏହା ପୂର୍ବରୁ ଅଦାଲତ ଅତୁଲ ରାୟଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଥିଲେ । ଏବେ ପୁଲିସ ଯେକୌଣସି ସମୟରେ (ବିଏସପି)ର ନବ ନିର୍ବାଚିତ ସାଂସଦ ଅତୁଲ ରାୟଙ୍କୁ ଗିରଫ କରିବାର ଆଶଙ୍କା ଦେଖା ଦେଇଛି।