ବୌଦ୍ଧ: ଏକ ଘରୋଇ ଶିକ୍ଷାନୁଷ୍ଠାନର ୯ମ ଶ୍ରେଣୀ ଛାତ୍ରୀ, ମର୍ଯାକୁଦ ଓଭରବ୍ରିଜରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକ ଓ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଏବେ ଛାତ୍ରୀଜଣକ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Advertisment

 ବିଦ୍ୟାଳୟକୁ ଯିବା ପାଇଁ ଘରୁ ସାଇକେଲରେ ବାହାରିଥିଲେ ଛାତ୍ରୀ। ଓଭର ବ୍ରିଜ ଉପରେ ସାଇକେଲ ଓ ବସ୍ତାନି ରଖି ଡେଇଁ ପଡ଼ିଥିଲେ ସେ। ତେବେ କାହିଁକି ସେ ଏଭଳି ନିଷ୍ପତ୍ତି ନେଲେ, ତାହା ଏପର୍ଯ୍ୟନ୍ତ ଜଣା ପଡିନି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।