ପଞ୍ଚମହଲ :ଗୁଜୁରାଟର ପଞ୍ଚମହଲ ଜିଲ୍ଲାରେ, ଜଣେ ଛାତ୍ର ଦ୍ୱାଦଶ ଶ୍ରେଣୀ ପ୍ରାରମ୍ଭିକ ପରୀକ୍ଷା ପାଇଁ ବିଳମ୍ବରେ ପହଞ୍ଚିଥିଲେ। ତାଙ୍କୁ ଏନେଇ ତାଗିଦ୍ କରାଯିବାରୁ ସେ କ୍ରୋଧିତ ହୋଇ ମହିଳା ପରିଦର୍ଶକଙ୍କୁ ଚାପୁଡ଼ା ମାରିଛନ୍ତି। ଛାତ୍ର କହିଥିଲେ ମୋ ଘରେ ମତେ କେହି କିଛି କୁହନ୍ତିନି ଆପଣ କୖହିବାକୁ କିଏ?। ମୋ ଆଚରଣ ଉପରେ ପ୍ରଶ୍ନ ଉଠାଇବାକୁ କିପରି ସାହସ କଲେ ? ପୁଲିସ କହିଛି, ଛାତ୍ର ଜଣକ ପରେ ତାଙ୍କ ବାପା ଏବଂ କିଛି ଲୋକଙ୍କ ସହିତ ସ୍କୁଲକୁ ଆସି ଏକା ଥିବା ଶିକ୍ଷୟିତ୍ରୀଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିଲେ।ଜଣେ ଅଧିକାରୀ କହିଛନ୍ତି, ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ​​ ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ହାଜର ହେବାକୁ କହିଥିଲେ। ପୁଲିସ ଇନ୍ସପେକ୍ଟର ଅଙ୍କୁର ଚୌଧୁରୀ କହିଛନ୍ତି ଯେ, ଘଟଣା କ୍ରମ ବୁଝିବା ପାଇଁ ପୁଲିସ ଅପରାଧର ନାଟ୍ୟ ରୂପାନ୍ତରଣ କରିଥିଲା।
ଆହୁରି ପଢନ୍ତୁ: State Police Atheletic Championship ୭୪ତମ ରାଜ୍ୟ ପୁଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ଉଦଘାଟିତ
ସେ କହିଛନ୍ତି ଘଟଣା ଜାନୁଆରି ୨୪ ତାରିଖରେ ପଞ୍ଚମହଲ ଜିଲ୍ଲାର ଶେହରା ସହରର ଏସ.ଜେ. ଡେଭ୍ ହାଇସ୍କୁଲରେ ଘଟିଥିଲା ​। ଫେବ୍ରୁଆରି ୩ ତାରିଖରେ ଏକ ଏଫଆଇଆର ଦାୟର କରାଯାଇଥିଲା। ଚୌଧୁରୀ କହିଛନ୍ତି, ୧୮ ବର୍ଷୀୟ ଛାତ୍ରଙ୍କୁ ପରେ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ଶୁକ୍ରବାର ତାଙ୍କୁ ଜାମିନ ମିଳିଥିଲା। ପୁଲିସ କହିଛି, ଛାତ୍ର ମହମ୍ମଦ ଖାନ ଅନସାରୀ ଜାନୁଆରି ୨୪ ତାରିଖରେ ଦ୍ୱାଦଶ ଶ୍ରେଣୀର ତାଙ୍କର ଦ୍ୱିତୀୟ ପ୍ରାରମ୍ଭିକ ପରୀକ୍ଷା ପାଇଁ ବିଳମ୍ବରେ ପହଞ୍ଚିଥିଲା। ଜଣେ ମହିଳା ପରିଦର୍ଶକ କାରଣ ପଚାରିବାରୁ, ସେ ପାଲଟା ଉତ୍ତର ଦେଇଥିଲେ, ଘରେ କେହି ମୋତେ କିଛି ପଚାରନ୍ତି ନାହିଁ, ଆପଣ ମୋତେ ପ୍ରଶ୍ନ କରିବାକୁ କିଏ?"
ପୁଲିସ କହିଛି ଛାତ୍ର ଶିକ୍ଷୟିତ୍ରୀଙ୍କୁ ଚାପୁଡ଼ା ମାରିଥିଲେ, ତାଙ୍କୁ ଠେଲି ଦେଇ ଶ୍ରେଣୀଗୃହ ଛାଡି ଚାଲିଯାଇଥିଲେ। ପୁଲିସ କହିଛି, ଘଟଣା ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ଅଭିଯୁକ୍ତଙ୍କ ବାପା ସେହି ଦିନ ଶିକ୍ଷକ ଓ କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ବିପୁଲ ପାଠକଙ୍କୁ କ୍ଷମା ମାଗିଥିଲେ। ତଥାପି, ଜାନୁଆରି ୨୭ ତାରିଖରେ ଖାନ ତାଙ୍କ ବାପା ଓ ୧୫ ରୁ ୨୦ ଜଣ ଲୋକଙ୍କ ସହିତ ସ୍କୁଲକୁ ଆସିଥିଲେ।
ସେମାନେ ଶିକ୍ଷୟିତ୍ରୀଙ୍କୁ କହିଥିଲେ ଯେ ସେ ସହରରେ ଏକା ରହୁଛନ୍ତି, ଏହା ତାଙ୍କ ପାଇଁ ଠିକ ହେବ ନାହିଁ। ତେବେ ଅଭିଯୁକ୍ତ ଦାବି କରିଛନ୍ତି ଯେ, ସେ ତାଙ୍କ ବନ୍ଧୁମାନଙ୍କ ସହିତ ସ୍କୁଲକୁ ଶିକ୍ଷୟିତ୍ରୀ ଓ ସ୍କୁଲ କର୍ମଚାରୀଙ୍କୁ କ୍ଷମା ମାଗିବାକୁ ଯାଇଥିଲେ। ମାମଲାର ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/08/08bbs_17_08022026_112-2026-02-08-13-31-26.jpg)