ଭିସା କାରଖାନାରୁ ସ୍କ୍ରାପ ଚୋରି ‌; ୩ ଗିରଫ

ଯଖପୁରା : କଳିଙ୍ଗନଗର ଶିଳାଞ୍ଚଳରେ ଥିବା ଭିସା କାରଖାନା ପରିସରରୁ ସ୍କ୍ରାପ ଚୋରି ହୋଇଛି । ଏହି ମାମଲାରେ ଯଖପୁରା ପୁଲିସ ତେଲିବାହାଳି ଗ୍ରାମର ପ୍ରକାଶ ମୁଣ୍ଡା (୨୦), ଗଣେଶ ମୁଣ୍ଡା (୨୦) ଓ ସନିଆ ମୁଣ୍ଡା (୨୧)ଙ୍କୁ ଗିରଫ କରିଛି । ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ସୂଚନା ଅନୁଯାୟୀ ଗତ ୨୩ ତାରିଖ ଦିନ ଅଭିଯୁକ୍ତମାନେ କାରଖାନା ପାଚେରି ଡେଇଁ ସ୍କ୍ରାପ ଚୋରି କରୁଥିବାବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲେ । କାରଖାନା ଅଧିକାରୀ ଚିରଞ୍ଜୀବ ଅଗ୍ରୱାଲଙ୍କ ଅଭିଯୋଗକ୍ରମେ ଥାନାରେ ୬/୨୧ ନମ୍ବରରେ ମାମଲା ରୁଜୁ ହୋଇଥିଲା । ଧାରା ୩୮୦, ୩୪ ଆଇପିସି ଆଧାରରେ ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର