୧୪ଟି ଗୋଡ଼ ଥିବା ବିଶାଳ ଅସରପା ଠାବ; ମୃତ ଜୀବକୁ ଖାଇ ବଞ୍ଚିଥାଆନ୍ତି ସି  କକରୋଜ୍

ନୂଆଦିଲ୍ଲୀ: ସାଧାରଣତଃ ଅସରପାର ୬ଟି ଗୋଡ ରହିଥାଏ । କିନ୍ତୁ ନିକଟରେ ଭାରତ ମହାସାଗରରୁ ଉଦ୍ଧାର ହୋଇଥିବା ଏକ ସାମୁଦ୍ରିକ ଅସରପାରର ୧୪ଟି ଗୋଡ ରହିଥିବା ବେଳେ ଆକାର ମଧ୍ୟ ବହୁତ ବଡ ଥିବା ଦେଖିବାକୁ ମିଳିଛି।  ସିଙ୍ଗାପୁରର କିଛି ଗବେଷକ ଭାରତ ମହାସାଗରରେ ପ୍ରଥମ ଥର ପାଇଁ ଏହି ବିରଳ ପ୍ରଜାତିର ଜୀବକୁ ଦେଖିବାକୁ ପାଇଥିବା କହିଛନ୍ତି।

ସମୁଦ୍ରରୁ ଉଦ୍ଧାର ହୋଇଥିବା ଏହି ବିଶାଳ ଅସରପାକୁ ଜିଆଣ୍ଟ ସି  କକରୋଜ୍‌ ବା ଡିପ୍‌ ସି କକରୋଜ ବୋଲି କୁହାଯାଉଛି। । ଏହି ୧୪ ଗୋଡିଆ ଅସରପାର ବାୟୋଲୋଜିକାଲ୍‌ ନାମ ବୈଥିନିମସ୍‌ ରକସାସା ରହିଛି। ଜିଆଣ୍ଟ କକରୋଚ୍‌ ମୃତ ଜୀବକୁ ଖାଇ ବଞ୍ଚିଥାଆନ୍ତି। ଏପରିକି ଅନେକ ଦିନ ନ ଖାଇ ମଧ୍ୟ ଏମାନେ ବଞ୍ଚି ରହି ପାରନ୍ତି। ଏହି ଜୀବକୁ ନେଇ ବୈଜ୍ଞାନିକମାନେ ଅଧିକ ଗବେଷଣା ଜାରି ରଖିଛନ୍ତି । ପୂର୍ବରୁ ଏହି ଅଦ୍ଭୁତ ଅସରପାକୁ ୨୦୧୮ ମସିହାରେ ଇଣ୍ଡୋନେସିଆର ପଶ୍ଚିମ ଜାଭା ତଟରେ  ଦେଖିବାକୁ ମିଳିଥିଲା ।

Sea Cockroaches With 14 Legs
Indiatimes.com

ଏହି ସାମୁଦ୍ରିକ ଅସରପାକୁ ନ୍ୟାସନାଲ ୟୁନିଭର୍ସିଟି ଅଫ୍‌ ସିଙ୍ଗାପୁର ଓ ଇଣ୍ଡୋନେସିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନସ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ ମିଳିତ ଭାବେ ଠାବ କରିଛନ୍ତି। ବୈଜ୍ଞାନିକମାନେ ଏହାକୁ ଷ୍ଟାର୍‌ ୱାର୍ସ ଫିଲ୍ମ ସିରିଜର ଡାର୍ଥ ୱେଡର୍‌ କ୍ୟାରେକ୍ଟର ବୋଲି ମଧ୍ୟ ନାମ ଦେଇଛନ୍ତି। ଏହା ଏକ ସାମୁଦ୍ରିକ ଆଇସୋପୋଡ୍‌ ପ୍ରଜାତିର କ୍ରଷ୍ଟେସିଆନ୍‌ ଜୀବ । ଏହା ସାଧାରଣ ଅସରପାର ଗଠନ ସହିତ ଏହାର ଅନେକ ମେଳ ଖାଉଛି।

ସମ୍ବନ୍ଧିତ ଖବର