କୋଇଡା: ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ମାଓ ଦମନ ପାଇଁ ପ୍ରସ୍ତୁତ ଅଛନ୍ତି ସୁରକ୍ଷାବାହିନୀ ଟିମ୍। କୋଇଡା ବ୍ଲକ୍ କେବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ଗତ ୨୭ ତାରିଖ ସକାଳ ୯ ଘଟିକା ସମୟରେ ୨୦୦ ବାରୁଦ ପେଟି ଭ୍ୟାନ ମାଓବାଦୀମାନେ ଲୁଟି ନେଇଥିବା ଘଟଣା ଚାଳକ ଦେଓନାଥ ଟପ୍ପୋଙ୍କ ଦେଇଥିବା ଏତଲାକ୍ରମେ ମାମଲା ସାମ୍ନାକୁ ଆସିଥିଲା । ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ମାଓବାଦୀଙ୍କ ପାଖରେ ଥିବା ଘଟଣା ସମଗ୍ର ଦେଶ ପାଇଁ ସୁରକ୍ଷା ଉପରେ ବଡ଼ ଆଶଂକା ଘନୀଭୂତ ହୋଇଥିଲା । ଲୁଟ୍ ଘଟଣା ପାଇଁ ଓଡ଼ିଶା, ଝାଡଖଣ୍ଡ, ଛତ୍ତିଶଗଡ ସମେତ ସାରା ଦେଶରେ ହାଇଆଲର୍ଟ ପରିସ୍ଥିତି ।

Advertisment

 ଘଟଣାର ତଦନ୍ତ ଭାର ଏସଆଇଟି ସମେତ ଦେଶର ଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏ ସମାନ୍ତର ଭାବେ କଲା ।୨୦୯ କୋବରା ବାଟାଲିୟନ, ସିଆର୍‌ପିଏଫ୍‌, ଡିଭିଏଫ୍ ଫୋର୍ସ ,ଝାଡଖଣ୍ଡ ଜାଗୁଆର ଓ ଏସଓଜି ଟିମ୍ ଲଗାତାର ଭାବେ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲେ । ରାଉରକେଲା ଏସପି ନିତେଶ ୱାଧୱାନୀ ନିଜେ ମଧ୍ଯ ଅପରେସନ୍ ରେ ସାମିଲ ହୋଇଥିଲେ । ବିସ୍ଫୋରକ ଲୁଟ୍ ଘଟଣା ରେ ୩୮୦୦ କେଜି ବିସ୍ଫୋରକ ଜବତ ନେଇ ଖୋଦ୍ ଡିଜିପି ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ତଥ୍ୟ ଆଧିକାରୀକ ଭାବେ ସୁଚନା ପ୍ରଦାନ କଲେ । ଝାଡଖଣ୍ଡ ଓଡ଼ିଶା ସୀମାରୁ ୭ କିଲୋମିଟର ଝାଡ଼ଖଣ୍ଡ ଜରେଇକେଲା ତିରିଲପୋସି ସରଣ୍ଡା ଜଙ୍ଗଲ ଅଞ୍ଚଳରେ ବାଡିକୁଦର, ଟୟୋ,ଜାମଡା ମଧ୍ୟରେ ବର୍ତ୍ତମାନ ମଧ୍ୟ ଲୁଟ୍ ବିସ୍ଫୋରକ ସୁରକ୍ଷାବାହିନୀ ଟିମ୍ ଠାବ କରୁଛନ୍ତି ।

ଅନ୍ୟପଟେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ, ନିକିତା ଅଗ୍ରୱାଲ, ଖଣି ମାଲିକ ନିରଜ ପାଣ୍ଡେ ଓ ଚାଳକମାନଙ୍କୁ ଲଗାତାର ଜେରା ଚଳାଇଛନ୍ତି ଏସଆଇଟି।