ଏମାର ମଠ ଉଚ୍ଛେଦ ବେଳେ ବାହାରିଲା ‘ଗୁପ୍ତସୁଡ଼ଙ୍ଗ’! ସାଧାରଣରେ ଜୋରଦାର ଚର୍ଚ୍ଚା

Advertisment
ଏମାର ମଠ ଉଚ୍ଛେଦ ବେଳେ ବାହାରିଲା ‘ଗୁପ୍ତସୁଡ଼ଙ୍ଗ’! ସାଧାରଣରେ ଜୋରଦାର ଚର୍ଚ୍ଚା

ପୁରୀ: ଶ୍ରୀକ୍ଷେତ୍ର ପୁରୀସ୍ଥିତ ଐତିହାସିକ ‘ଏମାର ମଠ’ର ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ଗୁରୁବାର ଏଠାରେ ‘ଧାନକୋଠି’ ଦେଖିବାକୁ ମିଳିଛି। ଜେସିବି ଦ୍ୱାରା ମଠ ଭଙ୍ଗାଯାଉଥିବା ବେଳେ ହଠାତ ପ୍ରାୟ ୧୦ ଫୁଟ ଲମ୍ବ ଓ ସାଢ଼େ ୪ ଫୁଟର ଏକ ଘର ଆବିଷ୍କାର ହୋଇଥିଲା। ଏହାକୁ ଦେଖି ମଠ ଉଚ୍ଛେଦରେ କାର୍ଯ୍ୟରତ ଉପସ୍ଥିତ କର୍ମଚାରୀ, ଅଧିକାରୀ ଓ ପୁଲିସ ଛାନିଆ ହୋଇପଡ଼ିଥିଲେ। ସେମାନେ ପ୍ରଥମେ ନିଜ ନିଜ ଭିତରେ କଥାବାର୍ତ୍ତା କରିଥିଲେ ଯେ, ଏହା ଏକ ଗୁପ୍ତସୁଡ଼ଙ୍ଗ। ଏହି ସୁଡ଼ଙ୍ଗ ଭିତରେ କିଛି ନା କିଛି ଗୁପ୍ତ ରହସ୍ୟ ଥାଇପାରେ। ଉଚ୍ଛେଦ ନେଇ ଆଗକୁ କ’ଣ କରାଯାଇପାରିବ, କେହି କିଛି କହିପାରୁ ନଥିଲେ କିନ୍ତୁ ପରେ ଜଣାପଡ଼ିଥିଲା ଯେ, ଅତୀତରେ ଏହି ଛୋଟ ଘରକୁ ଧାନକୋଠି ଭାବେ ବ୍ୟବହାର କରାଯାଉଥିଲା।

publive-image

ବରିଷ୍ଠ ନାଗରିକମାନଙ୍କ ମତ ଅନୁସାରେ ବହୁ ବର୍ଷ ପୂର୍ବେ ପୁରୀସ୍ଥିତ ଏମାର ମଠ ଏକ ଧନଶାଳୀ ମଠ ଭାବରେ ଗୌରବ ଅର୍ଜନ କରିଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମଠକୁ ଶଗଡ଼ ଗାଡ଼ିରେ ଧାନ ଆସୁଥିଲା। ଅମଳ ସରିବା ପରେ ମଠକୁ ଏତେ ଧାନ ଆସୁଥିଲା ଯେ, ବଡ଼ଦାଣ୍ଡ ଶଗଡ଼ଗାଡ଼ିରେ ପୂର୍ଣ୍ଣ ହୋଇଯାଉଥିଲା। ସମ୍ଭବତଃ ଏହି ଛୋଟ ଘରେ ଧାନ ଚାଉଳ ଆଦି ସାମଗ୍ରୀ ରଖାଯାଉଥାଇପାରେ। ମାତ୍ର ସମୟ ବଦଳି ଯାଇଛି। ଆଜିକାଲି ଏମାର ମଠକୁ ଆଉ ଧାନ ଆସୁନାହିଁ। କିଛି ସ୍ଥାନରୁ ଚାଉଳ ଆସୁଛି। ଆର୍ଥିକ ଦୃଷ୍ଟିରୁ ଯଦି ଦେଖାଯିବ, ମଠର ଅବସ୍ଥା ଆଗ ଭଳି ନାହିଁ।

ସୂଚନାଯୋଗ୍ୟ ଜିଲ୍ଲା ପ୍ରଶାସନର ଉଦ୍ୟମରେ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଆଉ ୨ ରୁ ୩ ଦିନ ମଧ୍ୟରେ ଶେଷ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe