ବିଜେପି ମୁଖ୍ୟାଳୟରେ କଠୋର ନିରାପତ୍ତା ବ୍ୟବସ୍ଥା: ଗାନ୍ଧୀନଗରରେ ଗଣମାଧ୍ୟମକୁ ଅଭିନନ୍ଦନ ଜଣାଇଲେ ମୋଦିଙ୍କ ମାଆ ହୀରାବେନ୍‌

ନୂଆଦିଲ୍ଲୀ: ସମଗ୍ର ଦେଶରେ ବିଜେପି ସୁଇପ୍‌ କରିବ ବୋଲି ଭୋଟ୍‌ ଗଣନା ଟ୍ରେଣ୍ଡିଙ୍ଗ୍‌ରୁ ସୂଚନା ମିଳିବା ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟ ବାହାରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି। ସମ୍ପ୍ରତି ବିଜେପି ୩୨୪ଟି ଆସନରେ ଆଗୁଆ ରହିଛି। ଏନ୍‌ଡିଏ ସରକାର ଗଢ଼ିବାକୁ ଯାଉଥିବା ସୂଚନା ମିଳିବା ପରେ ଷ୍ଟକ୍‌ ମାର୍କେଟ୍‌ର ସେନ୍‌ସେକ୍ସ ପ୍ରଥମ ଥର ଲାଗି ୪୦, ୦୦୦ ପଏଣ୍ଟ୍‌ରେ ପହଞ୍ଚିଛି।

ଏହି ଅବସରରେ ଗାନ୍ଧୀନଗରସ୍ଥିତ ବାସଭବନ ବହାରକୁ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆ ଗଣମାଧ୍ୟମକୁ ଅଭିନନ୍ଦନ ଜଣାଇଛନ୍ତି।

ମଥୁରା ଆସନରୁ ବର୍ତ୍ତମାନ ସାଂସଦ ଥିବା ବିଜେପି ପ୍ରାର୍ଥିନୀ ହେମା ମାଳିନୀ ଆଗରେ ଅଛନ୍ତି। ସେ ତାଙ୍କର ନିକଟମତ ପ୍ରତିଦ୍ୱନ୍ଦ୍ୱୀ ଏସ୍‌ପି-ବିଏସ୍‌ପି-ଆର୍‌ଏଲ୍‌ଡି ମେଣ୍ଟର ପ୍ରାର୍ଥୀ କୁଅଁର ନରେନ୍ଦ୍ର ସିଂହଙ୍କ ଠାରୁ ପ୍ରାୟ ୨୨, ୮୯୫ ଭୋଟ୍‌ରେ ଆଗୁଆ ଅଛନ୍ତି।

ଆମେଥି ଆସନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନି ୭୬୦୦ ଭୋଟ୍‌ରେ ପୁଣି ଆଗେଇଛନ୍ତି।

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ୨୪ଟି ଆସନ, ବିଜେପି ୧୭ଟି ଆସନ ଏବଂ ଅନ୍ୟାନ୍ୟ ୧ଟି ଆସନରେ ଆଗୁଆ ରହିଛନ୍ତି।

ତାମିଲନାଡୁରେ ଡିଏମ୍‌କେ ୨୨ଟି ଆସନରେ ଆଗେଇ ଥିବାରୁ ଚେନ୍ନାଇସ୍ଥିତ ଡିଏମ୍‌କେ ମୁଖ୍ୟାଳୟ ବାହାରେ କର୍ମୀମାନେ ଆତସବାଜି ଫୁଟାଉଛନ୍ତି।

କେରଳର ତିରୁବନନ୍ତପୁରମ୍‌ରେ କଂଗ୍ରେସ ନେତା ଶଶି ଥରୁର ୧୩, ୦୦୦ ଭୋଟ୍‌ରେ ଆଗୁଆ ରହିଛନ୍ତି।

ସମ୍ବନ୍ଧିତ ଖବର