ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହରାଞ୍ଚଳର ବିକାଶକୁ ତରାନ୍ୱିତ କରିବା ଲକ୍ଷ୍ୟ ନେଇ ରାଇରଙ୍ଗପୁର ପୌରପାଳିକା ତରଫରୁ ୬୪ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳୁ ପୌରପାଳିକା କାର୍ଯ୍ୟାଳୟ ପରିସରରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପିତାମ୍ବର ନାୟକ, ଉପାଧ୍ୟକ୍ଷ ମମିତା ଚୌଧୁରୀ ଓ ଅନ୍ୟାନ୍ୟ ପାରିଷଦ ବୃନ୍ଦ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇ କରାଯାଇଥିଲା।

କଚେରୀ ପଡିଆଠାରେ ଆୟୋଜିତ ସମାରୋହ ଉତ୍ସବରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ସାମୁହିକ ପ୍ୟାରେଡରେ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

Rairangpur
ରାଇରଗଂପୁରର ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। ଏହି ଉପଲକ୍ଷେ କଚେରୀ ପଡିଆଠାରେ ଆୟୋଜିତ ସମାରୋହ ଉତ୍ସବରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ସାମୁହିକ ପ୍ୟାରେଡରେ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୂର୍ବାହ୍ନ ୧୧ଟାରେ ଆଭାସୀ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ପୁନଃ ନବୀକରଣ ହୋଇଥିବା ମହତାବ ଭବନ ଏବଂ ବଡବନ୍ଧ ଠାରେ ନୂତନ ନୌବିହାର ( ବଟିଂ) ପ୍ରକଳ୍ପ  ଜନସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହୋଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବା ପରେ ଦିବସର ମୁଖ୍ୟ ଅତିଥି, ନଗରପାଳ, ଉପାଧ୍ୟକ୍ଷା, ଅନ୍ୟାନ୍ୟ ପାରିଷଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟମାନଙ୍କ ସହିତ ମହତାବ ଭବନ ପରିଦର୍ଶନ କରିବା ସହିତ ବଡ଼ବନ୍ଧରେ ନୌକା ବିହାର  କରିଥିଲେ। ଅପରାହ୍ନରେ ମହତାବ ଭବନ ଠାରେ କୌତୁକ ପୋଷାକ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀ ଓ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଉପଖଣ୍ଡ ଚିକିତ୍ସାଳୟ ରୋଗୀ ଏବଂ ଉପକାରାଗାର ଅନ୍ତେବାସୀମାନଙ୍କୁ ପୌରପାଳିକା ତରଫରୁ ଫଳ ବଣ୍ଟନ କରାଯାଇଥିଲା।
 ଆଜିର ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବିକାଶ ରଞ୍ଜନ ମହାନ୍ତି, ଶିକ୍ଷକ ରଞ୍ଜନ କୁମାର ନନ୍ଦ, ଅବସରପ୍ରାପ୍ତ ଶିକ୍ଷକ ଦିଲୀପ କୁମାର ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପୌରପାଳିକାର ସମସ୍ତ କର୍ମଚାରୀମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ।
Advertisment