କୋ-ୱିନ୍‌ ଆପ୍‌ ଜରିଆରେ କରୋନା ଟିକା ପାଇଁ ଏଭଳି ଭାବେ ନିଜେ ନିଜର ନାମ ପଞ୍ଜିକୃତ କରିପାରିବେ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଟିକା ପାଇବା ପାଇଁ ବିଶ୍ବ ସାରା ଲୋକ ଚାହିଁ ବସିଛନ୍ତି। ହେଲେ ଟିକା ଯେ ଏକାଥରରେ ସମସ୍ତଙ୍କୁ ଦିଆଯାଇପାରିବ ନାହିଁ ତାହା ସମସ୍ତଙ୍କୁ ଜଣା। ଏପରିକି କେଉଁମାନଙ୍କୁ ଆଗ ଟିକା ଦିଆଯିବ ସେ ନେଇ ପୂର୍ବରୁ ଅନେକ ଖବର ପ୍ରକାଶ ପାଇଛି। ପ୍ରଥମେ ସ୍ୱାସ୍ଥ୍ୟସେବା କର୍ମଚାରୀ, ଆଗଧାଡ଼ିର କର୍ମଚାରୀ ଏବଂ ୫୦ ବର୍ଷରୁ ଅଧିକ ବୟସ୍କମାନଙ୍କୁ ଟିକାକରଣ ପାଇଁ ପ୍ରାଥମିକତା ଦିଆଯିବ। ଯେଉଁମାନଙ୍କର କିଛି ସ୍ବାସ୍ଥ୍ୟଗତ ସମସ୍ୟା ରହିଛି ସେମାନଙ୍କୁ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି ସୂଚନା ରହିଛି।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଦ୍ବାରା ଜାରି ଏକ ବିବୃତ୍ତି ଅନୁଯାୟୀ “ଡିଜିଟାଲ୍ ପ୍ଲାଟଫର୍ମ କୋ-ୱାଇନ୍ ଆପ୍‌ଲିକେସନ୍‌ ଏବଂ ଡ୍ୟାସବୋର୍ଡ ସମଗ୍ର ଟିକାକରଣ ପ୍ରକ୍ରିୟା ଉପରେ ନଜର ରଖିବାରେ ସାହାଯ୍ୟ କରିବ।”

କୋ-ୱିନ୍‌ ଆପ୍‌ରେ ଥିବା ‘ଆଡ୍‌ମିନ୍‌ଷ୍ଟ୍ରେସନ୍‌ ମଡ୍ୟୁ‌େଲୋ’ ସାହାଯ୍ୟରେ ଆଡ୍‌ମିନ୍‌ଷ୍ଟେ୍ଟର୍‌ ଟିକା ଟିକାକରଣ ଅଧିବେଶନ ଆରମ୍ଭ କରିପାରିବେ। ସେଥିରେ ରହିଥିବା ‘ଭ୍ୟାକ୍‌ସିନେଟ୍‌ ମଡ୍ୟୁ‌େଲୋ’ ଜରିଆରେ ହିତାଧିକାରୀମାନଙ୍କ ବିବରଣୀ ଯାଞ୍ଚ କରିବାରେ ସହାୟ ହେବ। ଆପ୍‌ରେ ରହିଥିବା ‘ବେନିଫିସିଆରି ଅକ୍‌ନଲେଜ୍‌ମେଣ୍ଟ୍‌ ମଡ୍ୟୁ‌େଲୋ’ ଜରିଆରେ ହିତାଧିକାରୀ ଏସ୍‌ଏମ୍‌ଏସ୍‌ ପାଇପାରିବେ। ଏହଛଡ଼ା ଟିକା ନେଇସାରିବା ପରେ ହିତାଧିକାରୀଙ୍କ ସକାଶେ ଏକ କ୍ୟୁଆର୍‌ ଆଧାରିତ ପ୍ରମାଣପତ୍ର ମଧ୍ୟ ସୃଷ୍ଟି ହେବ। ସେଥିରେ ରହିଥିବା ‘ରିପୋର୍ଟ ମଡ୍ୟୁ‌େଲୋ’ ସହାଯ୍ୟରେ ‌କେତେ ଥର ଟିକାକରଣ ଅଧିବେଶନ ହୋଇ ସାରିଲାଣି ତଥ୍ୟ ମିଳିପାରିବ। କେବଳ ସେତିକି ନୁହେଁ, କୋ-ୱିନ୍ ମୋବାଇଲ୍ ଆପ୍ ଦ୍ବାରା ହୀତାଧିକାରୀମ‌ାନଙ୍କର ଶରୀରର ତାପମାତ୍ରା କେତେ ଅଛି ମଧ୍ୟ ଜାଣିହେବ।

ସମ୍ବନ୍ଧିତ ଖବର