କୋରାପୁଟ: କୋରାପୁଟ  ଡି ଏ ଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ  ସଂସ୍କୃତି ଏବଂ ଶିକ୍ଷାଦାନ ପଦ୍ଧତି ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଜାତୀୟ ଶିକ୍ଷା ନୀତି ୨୦୨୦ ରାଜ୍ୟ ଷ୍ଟିଅରିଙ୍ଗ କମିଟି ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ଯୋଗ ଦେଇ ଉକ୍ତ ବିଷୟରେ ଆଲୋଚନା କରିଥିଲେ l ଜାତୀୟ ଶିକ୍ଷାନୀତି ୨୦୨୦କୁ ଅବଲମ୍ବନ କରି କିପରି ଭାବେ ସ୍ଥାନୀୟ ସଂସ୍କୃତିକୁ ଅନୁସରଣ କରି ଶିକ୍ଷାଦାନ କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ l କୋରାପୁଟ ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା ଯେଉଁଠି ସାଂସ୍କୃତିକ ଉତ୍ତରଦାୟୀ ଶିକ୍ଷାଦାନ ନିତାନ୍ତ ଜରୁରୀ ବୋଲି ଦର୍ଶାଇ ଥିଲେ।  ଏହି ଶିକ୍ଷାଦାନ ଶିକ୍ଷାର୍ଥୀମାନଙ୍କ ସାଂସ୍କୃତିକ ମୂଲ୍ୟବୋଧ, ଭାଷା ଏବଂ ପରମ୍ପରାକୁ ସମ୍ମାନ ଏବଂ ମାନ୍ୟତା ଦିଏ। କୋରାପୁଟର ସଂସ୍କୃତି, ଭାଷା, ଜୀବନ ଶୈଳୀ, ଚାଳିଚଳଣୀ, ପରମ୍ପରା, ଐତିହ୍ୟ ବହୁତ ମୂଲ୍ୟବାନ। ଏହା ଆତ୍ମଚିନ୍ତନ ର ଏକ ଅଂଶ ଏବଂ ଏହି ଗୁଣଗୁଡିକୁ ଆମ ଶିକ୍ଷାରେ ପ୍ରତିଫଳିତ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ  l

Advertisment

ପିଲାମାନେ ସାଂସ୍କୃତିକ ପୃଷ୍ଠଭୂମି, ଭାଷା ଏବଂ ପରମ୍ପରାକୁ ଶ୍ରେଣୀକକ୍ଷରେ ଆଣିଥାନ୍ତି। ସାଂସ୍କୃତିକ ଉତ୍ତରଦାୟୀ ଶିକ୍ଷାଦାନ ମାନେ ଏହି ସାଂସ୍କୃତିଗୁଡ଼ିକୁ ମୂଲ୍ୟବୋଧ ଦେବା ଏବଂ ତାହାକୁ ଶିକ୍ଷାକୁ ଅଧିକ ସମ୍ପର୍କିତ ଏବଂ ଅର୍ଥପୂର୍ଣ୍ଣ କରିବା ପାଇଁ ବ୍ୟବହାର କରିବା। ଶିକ୍ଷକମାନେ ଶ୍ରେଣୀକକ୍ଷାରେ ଶିକ୍ଷାର୍ଥୀମାନଙ୍କ ଜୀବନ ଆକାଂକ୍ଷା ଏବଂ ବାହାର ଜୀବନ ସହିତ ପାଠପଢ଼ାକୁ ଯୋଡ଼ି ଦେବା ଜରୁରୀ ବୋଲି କହିଥିଲେ l ଦୟା, ସମ୍ବେଦନଶୀଳତା, ଆଦର ଏବଂ ମମତାର ମୂଲ୍ୟକୁ ଆଧାର କରି ଛାତ୍ରଛାତ୍ରୀଙ୍କ ମନ ଏବଂ ହୃଦୟର ଉନ୍ନତି ଘଟାଇବା ହେଉଛି ପ୍ରକୃତ ଶିକ୍ଷାଦାନ । ଏହା ଏକ ସିଦ୍ଧାନ୍ତ ଉପରେ ଆଧାରିତ ଯେ, ଶିକ୍ଷା କେବଳ ପାଠ ବୁଝାଇବାର କାର୍ଯ୍ୟ ନୁହେଁ, ମନୁଷ୍ୟତାର ଭାବନାଗୁଡିକୁ ଉତ୍ସାହିତ କରି ଗୋଟିଏ ଶ୍ରେଷ୍ଟ ମନୁଷ୍ୟ ତିଆରି କରିବା ହେଉଛି ଏକ ଭଲ ଶିକ୍ଷକ ବା ଗୁରୁର କର୍ତ୍ତବ୍ୟ ବୋଲି ଦର୍ଶାଇ ଥିଲେ l ଇଗ୍ନୋ ଆଂଚଳିକ କେନ୍ଦ୍ରର ଆଂଚଳିକା ନିର୍ଦ୍ଦେଶିକା ଡକ୍ଟର ଲତିକା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l

ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦେବେନ୍ଦ୍ର କୁମାର ସେଠୀଙ୍କ ତତ୍ତ୍ଵାବଧାନ ତଥା ସଭାପତିତ୍ବରେ ପ୍ରଜ୍ଞା ପରିମିତା ସାମନ୍ତରାୟ କାର୍ଯ୍ୟକ୍ରମ ସଂଯୋଜନା ଏବଂ ପରିଚାଳନା କରିଥିଲେ l ଡକ୍ଟର ପୂର୍ଣ୍ଣଚନ୍ଦ୍ର ତନ୍ତୀ ସ୍ୱାଗତ ଅଭିଭାଷଣ ରଖିଥିଲେ। ଶେଷରେ ଡକ୍ଟର ରାକ୍ଷୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ପେଡାଗଜି ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତୀ ଯୋଗ ଦେଇଥିଲେ। କଲେଜର ସମସ୍ତ ଛାତ୍ରଛାତ୍ରୀ ଏବ୍ଂ ଅଧ୍ୟାପକ ବୃନ୍ଦ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ମୁଖ୍ୟଅତିଥିଙ୍କ ଦ୍ବାରା ଅନୁଷ୍ଠାନର ବାର୍ଷିକ କ୍ୟାଲେଣ୍ଡର୍ ଉନ୍ମୋଚନ କରାଯାଇଥିଲା l