ପାନାଜି: ‘ବିଜେପି’ ଟିକେଟ ନ ପାଇ ଅପମାନିତ ହେବା ପରେ  ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପରିକର୍‌ଙ୍କ ପୁଅ ଉତ୍ପଳଙ୍କୁ ସମର୍ଥନ କରିବା ପାଇଁ ‘ଶିବସେନା’ ଗୋଆର ପାନାଜି ଆସନରୁ ତା’ର ପ୍ରାର୍ଥୀ ପ୍ରତ୍ୟାହାର କରିନେଇଛି।

Advertisment

ଯଦି ପାନାଜିରୁ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଉତ୍ପଳ ପରିକର୍‌ ‘ବିଜେପି’ ଟିକଟେ ନ ପାଆନ୍ତି ତେବେ, ତାଙ୍କୁ ସମର୍ଥନ କରିବା ଲାଗି ଶିବସେନା ସାଂସଦ ସଞ୍ଜୟ ରାଉତ ପୂର୍ବରୁ ସବୁ ବିରୋଧୀ ଦଳଙ୍କୁ ନିବେଦନ କରିଥିଲେ।

publive-image Image Courtesy of Zee News

ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କୁ ଟ୍ୟାଗ୍‌ କରି ଏକ ଟୁଇଟରେ ସଞ୍ଜୟ ରାଉତ କହିଛନ୍ତି, ଆମେ ଆମ କଥା ରଖିଲୁ। ପାନାଜିରୁ ଶିବସେନା ତା’ର ପ୍ରାର୍ଥୀ ଶୈଳେନ୍ଦ୍ର ବେଲିଙ୍ଗକର୍‌ଙ୍କୁ ପ୍ରତ୍ୟାହାର କରିଛି। କେବଳ ସେତିକି ନୁହେଁ, ଆମର କର୍ମୀମାନେ ଉତ୍ପଳ ପରିକରଙ୍କୁ ପୂର୍ଣ୍ଣ ସମର୍ଥନ କରିବେ। ମୋର ମନେହୁଏ, ପାନାଜି ପାଇଁ ସଂଗ୍ରାମ ଖାଲି ନିର୍ବାଚନ ପାଇଁ ନୁହେଁ, ଗୋଆ ରାଜନୀତିର ଶୁଦ୍ଧିକରଣ ପାଇଁ ମଧ୍ୟ।

ରାଉତଙ୍କ ଟୁଇଟ୍‌ରେ ଉତ୍ପଳ ପରିକରଙ୍କ ଉଦ୍ଧୃତାଂଶ ମଧ୍ୟ ରହିଛି। ପାନାଜି ପାଇଁ ଆଣ୍ଟାନାସିଓ ବାବୁଶ୍‌ ମନସେରେଟ୍‌ଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିବା ‘ବିଜେପି’କୁ ଆକ୍ଷେପ କରି ପରିକର୍‌ ଏହା କହିଥିବା ଜଣାପଡୁଛି। ସେ କହିଥିଲେ, ଦିବଂଗତ ମନୋହର ପରିକର୍‌ ପ୍ରତିନିଧି ଥିବା ନିର୍ବାଚନ ମଣ୍ଡଳୀରେ ଅପରାଧିକ ରେକର୍ଡ ଥିବା ଜଣେ ବ୍ୟକ୍ତିଙ୍କୁ ଆପଣ ଟିକେଟ୍‌ ଦେବେ।