ମୁମ୍ବାଇ: ମହାରାଷ୍ଟ୍ରରେ ବଡ଼ ଧରଣର ରାଜନୈତିକ ବାଦବିବାଦ ପରେ ରାଜ୍ୟସଭାରେ ବିରୋଧୀମାନଙ୍କ ଆଶନରେ ଶିବେସନା ବସିବ ବୋଲି ସ୍ଥିର ହୋଇଛି। ଏ ସଂପର୍କରେ ଦଳୀୟ ମୁଖପାତ୍ର ସଞ୍ଜୟ ରାଉତ ସୂଚନା ଦେଇ କହିଛନ୍ତି।
ସଂସଦରେ ଶିବସେନା ପାଇଁ ଅସନ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇ ସାରିଲାଣି ବୋଲି ସୂଚନା ରହିଛି। ରାଜ୍ୟସଭାର ସାଂସଦମାନଙ୍କ ମଧ୍ୟରୁ ସଞ୍ଜୟ ରାଉତ ହେଉଛନ୍ତି ଅନ୍ୟତମ।
Rajya Sabha sources: The seating arrangement of Shiv Sena MPs Sanjay Raut & Anil Desai in the Parliament has changed now. Shiv Sena will sit in opposition now. (File pics) pic.twitter.com/tg6gJtujPv
— ANI (@ANI) November 16, 2019
ଖାଲି ସେତିକି ନୁହେଁ, ଆପଣ ଜାଣିଥିବେ ଯେ ସୋମବାର ସଂସଦର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବଶେନରେ ଶିବସେନା ଯୋଗ ଦେବେ ନାହିଁ ବୋଲି ସଞ୍ଜୟ ରାଉତ ସ୍ପଷ୍ଟ ମନା କରି ଦେଇଛନ୍ତି। ସେବେକାର ଏନ୍ଡିଏ ଓ ଏବେକାର ଏନ୍ଡିଏ ଭିତରେ ଅନେକ ପାର୍ଥକ୍ୟ ରହିଛି ବୋଲି ସେ କହିଛନ୍ତି।