ନୂଆଦିଲ୍ଲୀ: ଗୁଜୁରାଟ ଟାଇଟାନ୍ସ ଗ୍ଲେନ୍ ଫିଲିପ୍ସଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରିଛି। ଗୁଜୁରାଟ ଶ୍ରୀଲଙ୍କା ଖେଳାଳି ଦାସୁନ୍ ଶନାକାଙ୍କୁ ଦଳରେ ସାମିଲ କରିଛି । ୨୦୨୫ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ସମୟରେ ଫିଲିପ୍ସ ଆହତ ହୋଇଥିଲେ। ଏହା ପରେ ଦଳ ଶନାକାଙ୍କୁ ସୁଯୋଗ ଦେଇଥିଲା। ଶନାକା ଜଣେ ଅଲରାଉଣ୍ଡର ଏବଂ ଅନେକ ଥର ତାଙ୍କର ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି। ବ୍ୟାଟିଂ ଏବଂ ବୋଲିଂରେ ତାଙ୍କର ଏକ ଭଲ ରେକର୍ଡ ଅଛି।
ପ୍ରକୃତରେ ଆଇପିଏଲ ୨୦୨୫ରେ ଗୁଜରାଟର ଚତୁର୍ଥ ମ୍ୟାଚ୍ ହାଇଦ୍ରାବାଦ ବିପକ୍ଷରେ ଥିଲା। ଏହି ମ୍ୟାଚ୍ ୬ ଏପ୍ରିଲରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିଲା। ସେ ମ୍ୟାଚ୍ ସମୟରେ ଗୁଜରାଟ ପାଇଁ ଫିଲ୍ଡିଂ କରୁଥିଲେ। ଫିଲ୍ଡିଂ କରିବା ସମୟରେ ଗ୍ଲେନ୍ ଫିଲିପ୍ସଙ୍କୁ ଆଘାତ ଲାଗିଥିଲା । ତାଙ୍କର ଆଘାତ ଏତେ ଗମ୍ଭୀର ଯେ ସେ ସମଗ୍ର ସିଜିନରୁ ବାଦ ପଡ଼ିଥିଲେ | ତେଣୁ ଗୁଜୁରାଟ ଏବେ ଗ୍ଲେନ୍ ଫିଲିପ୍ସଙ୍କ ସ୍ଥାନରେ ଶନାକାଙ୍କୁ ଦଳରେ ସାମିଲ କରିଛି। ତାଙ୍କୁ ଦରମା ଭାବରେ ୭୫ ଲକ୍ଷ ଟଙ୍କା ମିଳିବ। ଶନାକା ଏପର୍ଯ୍ୟନ୍ତ କେବଳ ଥରେ ଆଇପିଏଲରେ ଖେଳିପାରିଛନ୍ତି। ସେ ଆଇପିଏଲ ୨୦୨୩ରେ ଗୁଜରାଟରେ ଥିଲେ।
ଏହି ସିଜିନରେ ସେ ୩ଟି ମ୍ୟାଚ୍ ଖେଳିଥିଲେ। ଶାନାକାଙ୍କ ଟି-୨୦ ରେକର୍ଡ ବହୁତ ଭଲ ରହିଛି। ସେ ଏପର୍ଯ୍ୟନ୍ତ ୨୪୩ଟି ମ୍ୟାଚ୍ ଖେଳି ସାରିଛନ୍ତି। ଏହି ସମୟ ମଧ୍ୟରେ ସେ ୪୪୪୯ ରନ କରିଛନ୍ତି। ଶନାକା ଟି-୨୦ରେ ୩ଟି ଶତକ ଏବଂ ୧୬ଟି ଅର୍ଦ୍ଧଶତକ ମାରିଛନ୍ତି। ଏହା ସହିତ ସେ ୯୧ଟି ୱିକେଟ ମଧ୍ୟ ନେଇଛନ୍ତି। ଶନାକା ୧୦୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ସେ ଏଠାରେ ୧୪୫୬ ରନ୍ କରିଛନ୍ତି। ଏହା ସହିତ, ୩୩ଟି ୱିକେଟ ମଧ୍ୟ ନେଇଛନ୍ତି । ସେ ଶ୍ରୀଲଙ୍କା ପାଇଁ ୭୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି।