ବଜେଟରୁ ଯେଉଁ ଆଶା ରଖାଯାଇଥିଲା ପୂରଣ ହୋଇ ପାରିନାହଁ, ୧୨ ଦିନ ଧରି ସେୟାର ବଜାରରେ ମାନ୍ଦାବସ୍ଥା ଜାରି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ମୋଦିଙ୍କୁ ବିପୁଳ ଜନମତ ମିଳି ସରକାର ଗଠନ କରିବା ପରେ ୫ ଜୁଲାଇରେ ସରକାର ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିଥିଲେ। ସରକାର କହୁଛନ୍ତି, ବଜେଟରେ ସମସ୍ତ ବର୍ଗର ହିତ ଉପରେ ଧ୍ୟାନ ଦିଆଯାଇଛି । କିନ୍ତୁ ସେୟାର ବଜାରରେ ବଜେଟରୁ ଯେଉଁ ଆଶା ରଖାଯାଇଥିଲ ତାହା ପୂରଣ ହୋଇପାରିନାହିଁ । ଫଳରେ ଲଗାତାର ୧୨ ଦିନ ଧରି ସେୟାର ବଜାରରେ ମାନ୍ଦାବସ୍ଥା ଜାରି ରହିଛି ।

୫ ତାରିଖ ସକାଳେ ସେୟାର ବଜାରରେ ଜବରଦସ୍ତ ଉତ୍ସାହ ପରିଲକ୍ଷିତ ହୋଇଥିଲା । ସେନସେକ୍ସ ପାଖାପାଖି ୪୦ ହଜାର ପଏଣ୍ଟ ଅତିକ୍ରମ କରିଥିବାବେଳେ ନିଫ୍‌ଟି ୧୧ ହଜାର ୯ ଶହ ପଏଣ୍ଟ ଅତିକ୍ରମ କରିଥିଲା । ୫ଜୁଲାଇରୁ ୧୬ ଜୁଲାଇ ମଧ୍ୟରେ ସେନସେକ୍ସ ରେକର୍ଡ ୮ ଶହ ପଂଏଟ କମିଛି। ନିଫଟି ବି ପାଖାପଖି ୩ ଶହ ପଏଣ୍ଟ କମିଛି । ଜୁଲାଇ ୧୬ରେ ସେୟାର ବଜାରରେ ସମାନ୍ୟ ବୃଦ୍ଧି ଘଟିଥିଲେ ବି ଏହା ଉତ୍ସାହଜନକ ନୁହେଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର