ଭୁବନେଶ୍ୱର: ବିଜୁ ଜନତା ଦଳ ଶେଷରେ ସୋମବାର ଶଶିଭୂଷଣ ବେହେରାଙ୍କୁ ଟିକେଟ ଦେଇଛି। ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଏବଂ ରାଜ୍ୟ ସରକାରରେ ଅର୍ଥମନ୍ତ୍ରୀ ଶଶିଭୂଷଣଙ୍କ ଟିକେଟ କାଟି ବିଜେଡି ଜୟଦେବରେ ଅରବିନ୍ଦ ଢାଲିଙ୍କୁ ଟିକେଟ ଦେଇଥିଲା। ଏଥିରେ ଶଶିଭୂଷଣ ବେହେରା ଭାଙ୍ଗି ପଡ଼ି ନଥିଲେ। ଦଳ ପ୍ରତି ତାଙ୍କର ଭରସା ଥିଲା ଯେ, ଚଳିତ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ମିଳିବ।

Advertisment

ଏହାପୂର୍ବରୁ ୧୪୬ ଆସନରେ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ କେନ୍ଦ୍ରାପଡା ଆସନ ପାଇଁ ଅଙ୍କ ଛିଣ୍ଡୁନଥିଲା । ଆଉ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଶେଷ ପ୍ରାର୍ଥୀ ଭାବେ ଶଷୀଭୂଷଣଙ୍କ ନାଁ ଘୋଷଣା କରିଛି ଦଳ ।

କେନ୍ଦ୍ରାପଡା ପାଇଁ ଶଶୀଭୂଷଣଙ୍କ ସର୍ମ୍ପକ ନୂଆ ନୁହେଁ । କାରଣ ଶଶୀଭୂଷଣଙ୍କ ଶ୍ୱଶୁରଘର ହେଉଛି କେନ୍ଦ୍ରାପଡା । ତେଣୁ ତାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରି ଦଳ ଅନ୍ତଃକନ୍ଦଳକୁ ପ୍ରଶମିତ କରିବା ସହ ଶଶୀଙ୍କୁ ମଧ୍ୟ ମନାଇ ପାରିଛି । ଏହି ଆସନ ପାଇଁ କିଶୋର ଓ ସିପ୍ରା ଆଶାୟୀ ଥିଲେ ମଧ୍ୟ ଦୁହିଁଙ୍କୁ ନେଇ ବଡ ଦ୍ୱନ୍ଦ୍ୱରେ ରହିଥିଲା ଦଳ । କିଶୋର ପୂର୍ବରୁ ବିବାଦୀୟ ଥିବା ବେଳେ ସିପ୍ରାଙ୍କୁ ପ୍ରାର୍ଥୀ କରିଥିଲେ ଦଳରେ ଅନ୍ତଃକନ୍ଦଳ ବଢିଥାନ୍ତା । ତେଣୁ ଦୁହିଁଙ୍କୁ ବାଦ୍ ଦେଇ ଶଶୀଭୂଷଣଙ୍କୁ କେନ୍ଦ୍ରାପଡାରେ ଟିକେଟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ବିଜେଡି ସୁପ୍ରିମୋ । ଜୟଦେବ ଆସନରୁ ବିଧାୟକ ଥିବା ଶଶୀଭୂଷଣଙ୍କ ଟିକେଟ କଟିବା ପରେ ତାଙ୍କୁ କେନ୍ଦ୍ରାପଡାରୁ ଟିକେଟ ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।