ରାଉରକେଲା: ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଖରିଫ,  ରବି ଓ  ମଧ୍ୟବର୍ତ୍ତୀକାଳୀନ ଋଣ ଯୋଗାଇ ଦିଆଯାଉଛି। ଲ୍ୟାମ୍ପସ୍‌ଗୁଡ଼ିକ ଜରିଆରେ ଯୋଗାଇ ଦିଆଯାଉଥିବା ଋଣ ଆଦାୟରେ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ (ଏସ୍‌ଡିସିସି) ବ୍ୟାଙ୍କ ଆଗରେ ରହିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ କିଛି ସ୍ବୟଂ ସହାୟକ ଗୋଷ୍ଠୀ ଋଣ ପରିଶୋଧ କରିବାରେ ଖିଲାପ କରୁଛନ୍ତି। ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରିବାକୁ ବ୍ୟାଙ୍କ ପକ୍ଷରୁ ଦାଗିଦ କରାଯାଉଛି ବୋଲି ଏସ୍‌ଡିସିସି ବ୍ୟାଙ୍କର ସଭାପତି ପ୍ରଦ୍ୟୁନ୍ନ ତ୍ରିପାଠୀ କହିଛନ୍ତି।

Advertisment

ତାଙ୍କ କହିବାନୁଯାୟୀ ଲ୍ୟାମ୍ପସ୍‌ରେ ପଞ୍ଜିକୃତ ଚାଷୀଙ୍କୁ ଉଭୟ ଖରିଫ ଓ ରବି ଚାଷ ପାଇଁ ଋଣ ଦିଆଯାଉଛି। ଯେଉଁମାନେ ଋଣ ଦେବାରେ ଖିଲାପ କରୁଛନ୍ତି, ସେମାନଙ୍କୁ ଲ୍ୟାମ୍ପସ୍‌ ଜରିଆରେ ଆଦାୟ କରିବାକୁ କୁହାଯାଉଛି। ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ୧୪ ହଜାର ୮୭୦ ଏସ୍‌ଏଚ୍‌ଜିକୁ ୭୯ କୋଟି ୪୪ ଲକ୍ଷ ୩ ହଜାର ଟଙ୍କା ଋଣ ଦିଆଯାଇଛି। ଆଦାୟ ହୋଇଛି ୫୬ କୋଟି ୭୧ ଲକ୍ଷ ୬୦ ହଜାର ଟଙ୍କା। ୨୦୨୩-୨୪ରେ ଜିଲ୍ଲାରେ ୧୫  ହଜାର ୫୧୨ ଏସ୍‌ଏଚ୍‌ଜିକୁ ୧୧୯ କୋଟି ୩୯ ଲକ୍ଷ  ୧୪ ହଜାର ଋଣ ଦିଆଯାଇଛି। ଆଦାୟ ହୋଇଛି ୭୧ କୋଟି ୧୬ ଲକ୍ଷ ୫୪ ହଜାର ଟଙ୍କା। ୨୦୨୩ ଖରିଫ ଚାଷ ପାଇଁ ୯୦ ହଜାର ଚାଷୀଙ୍କୁ  ୬୯୧ କୋଟି ୪୧ ଲକ୍ଷ ୧୯ ହଜାର ଟଙ୍କାର ଋଣ ଦିଆଯାଇଛି। ୨୦୨୪ ଖରିଫ ଋତୁରେ ୭୬ ହଜାର ୧୯୭ ଚାଷୀଙ୍କୁ  ୬୨୩ କୋଟି ୨୧ ଲକ୍ଷ  ୮୬ ହଜାର ଟଙ୍କାର ଋଣ ଦିଆଯାଇଛି। ସେମିତି ୨୦୨୨-୨୩ରେ  ୮୩୬ ଚାଷୀଙ୍କୁ  ୧୫ କୋଟି ୭୬ ଲକ୍ଷ ୫୨ ହଜାର ମଧ୍ୟବର୍ତ୍ତୀକାଳୀନ ଋଣ ଦିଆଯାଇଛି। ୨୦୨୩-୨୪ରେ ୪୯୮ ଚାଷୀଙ୍କୁ ୧୧ କୋଟି ୨୨ ଲକ୍ଷ ୨୧ ହଜାର ଟଙ୍କାର ଋଣ ଦିଆଯାଇଛି। ୨୦୨୪-୨୫ ଅଗଷ୍ଟ ମାସ ଶେଷ ସୁଦ୍ଧା ୨୩୮ ଚାଷୀଙ୍କୁ ୫ କୋଟି ୧୦ ଲକ୍ଷ  ୭୭ ହଜାର ମଧ୍ୟବର୍ତ୍ତୀକାଳୀନ ଋଣ ଦିଆଯାଇଛି। ଅନୁରୂପ ଭାବେ ୨୦୨୨-୨୩ରେ  ୧ଲକ୍ଷ ୫୬ ହଜାର ୯୫୫ ଚାଷୀଙ୍କୁ  ୧୨୪୦ କୋଟି ୨୩ ଲକ୍ଷ ସ୍ବଳ୍ପକାଳୀନ ଋଣ ଦିଆଯାଇଛି। ୯୦.୮୪ ପ୍ରତିଶତ ଆଦାୟ କରି ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଥିଲା। ୨୦୨୩-୨୪ରେ ୧ ଲକ୍ଷ ୬୭ ହଜାର ୮୧୧ ଚାଷୀଙ୍କୁ ୧୩୩୪ କୋଟି ୯୩ ଲକ୍ଷ ଋଣ ଦିଆଯାଇଛି। ଆଦାୟ ହୋଇଛି ୧୨୮ କୋଟି ୨୪ ଲକ୍ଷ ୫୧ ହଜାର ଟଙ୍କା ଆଦାୟ କରି ୧୧ତମସ୍ତାନରେ ରହିଥିଲା। ୨୦୨୪-୨୫ ‌ସେପ୍ଟେମ୍ବର ସୁଦ୍ଧା ୭୬ ହଜାର୧୯୭ ଚାଷୀଙ୍କୁ ୬୨୩ କୋଟି ୨୧ ଲକ୍ଷ ସ୍ବଳ୍ପ କାଳୀନ ଋଣ ଦିଆଯାଇଛି।ଏଥିରୁ ୫୮୩ କୋଟି ୫୯ ଲକ୍ଷ ଟଙ୍କା ଆଦାୟ କରି ୧୬ତମ ସ୍ଥାନରେ ରହିଛି। ସେମିତି ଚାଷୀଙ୍କୁ ଟ୍ରାକ୍ଟର ଓ ପାୱାରଟିଲର ମଧ୍ୟ ସ୍ବଳ୍ପ ସୁଦ୍ଧରେ ଯୋଗାଇ ଦିଆଯାଉଛି।